କନକ ବ୍ୟୁରୋ: ପାଠ ପଢ଼ୁନି ବୋଲି ଘରେ ଗାଳି କଲେ , ସେଥିପାଇଁ ଘର ଛାଡ଼ି ରାଜଧାନୀ ଆସିଯାଇଥିଲେ ୧୪ ବର୍ଷର ନଗେଶ ବାରିକ । ଘର ତାଙ୍କର କେନ୍ଦୁଝର ଜିଲ୍ଲା ନାରଦପୁର ଗ୍ରାମରେ । ବହୁ ଖୋଜାଖୋଜି ପରେ ପୁଅକୁ ନପାଇବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବାପା ତରଣିସେନ ବାରିକ ଓ ମା ପିଙ୍କି ବାରିକ । ୫ ତାରିଖରେ ଘରେ ଛାଡିଥିବା ନଗେଶ ୭ ତାରିଖରେ ବରମୁଣ୍ଡା ବାସଷ୍ଟାଣ୍ଡ ଠାରୁ ଉଦ୍ଧାର ହୋଇଥିଲେ । ପରେ ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରି ତାଙ୍କୁ ତାଙ୍କ ଘରକୁ ଫେରାଇଛନ୍ତି ସୁନୀତା ଜେନା ।
ପୁଅକୁ ଖୋଜି ପାଇଲେ ବାପା, ମା’ । ଆକଟ କରିବାରୁ ଘର ଛାଡି ଚାଲିଯାଇଥିଲେ ନଗେଶ ।
/kanak/media/post_attachments/wp-content/uploads/2024/03/Screen-Shot-2024-03-08-at-9.26.26-AM.png)