କେନ୍ଦୁଝର ଶୁଆକାଟୀ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ଘଟଣା ! ୭୦ରୁ ଅଧିକ ଗାଁଲୋକଙ୍କୁ ଉଠାଇ ନେଲା ପୁଲିସ

52

କନକ ବ୍ୟୁରୋ : କେନ୍ଦୁଝର ବାଂଶପାଳ ବ୍ଳକର ଶୁଆକାଟୀ ପଂଚାୟତରେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୭୦ଜଣଙ୍କୁ ଅଟକ ରଖିଛି ପୁଲିସ । କେନ୍ଦୁଝର ସହର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ୭୦ରୁ ଅଧିକ ମହିଳା ଓ ପୁରୁଷଙ୍କୁ ଅଟକ ରଖିଛି । ଗତ ୧୦ତାରିଖ ଦିନ ନାଏବ ସରପଂଚ ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଶୁଆକାଟୀ ଫାଣ୍ଡି ଘେରାଓ କରିବା ସହ ଫାଣ୍ଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।