ଭୁଲ କାହାର ଭୋଗୁଛି କିଏ? ବୟସ ୮୦ ହେଲେ, ମିଳୁନି ସରକାରୀ ସହାୟତା: ଆଧାର କାର୍ଡରେ ଭୁଲ ଜନ୍ମ ତାରିଖ ଯୋଗୁଁ ବାବୁ କରୁଛନ୍ତି ମନା

ପଢନ୍ତୁ କେନ୍ଦୁଝରର ଭିନ୍ନକ୍ଷମ ବୃଦ୍ଧଙ୍କ ଅସହାୟ ଜୀବନର ବ୍ୟଥା

154

କନକ ବ୍ୟୁରୋ: ଅସହାୟ ଭିନ୍ନକ୍ଷମମାନଙ୍କୁ ଥଇଥାନ କରିବାକୁ ସରକାର କେତେ କଣ ଯୋଜନା କରିଛନ୍ତି । ହେଲେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡିକାପଡା ପଂଚାୟତ ଗୋହିରା ଗାଁର ଚୁମୁରା ମୁଣ୍ଡାଙ୍କ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଛି । ବୟସ ୮୦ ଛୁଇଁଲାଣି । ଯୁବକ ବସୟରେ ଭାଲୁ ଆକ୍ରମଣରେ ଗୋଟିଏ ଆଖି ନଷ୍ଟ ହୋଇ ଦିବ୍ୟାଙ୍ଗ ପାଲଟିଛନ୍ତି । ପରିବାରରେ କେହି ନାହାନ୍ତି । ପାଖ ପଡୋଶୀଙ୍କ ସହାୟତାରେ ତାଙ୍କର ପେଟ ପୁରେ । ନହେଲେ ଖାଡା ଓପାସ । ଏପରି ଅବସ୍ଥାରେ ଥିବା ସତ୍ୱେ ନା ତାଙ୍କର ରାସନ କାର୍ଡ ଅଛି ନା ମିଳୁଛି ବାର୍ଦ୍ଧକ୍ୟ ଭତା କିମ୍ବା ଭିନ୍ନକ୍ଷମ ଭତା ।

ଚୁମୁରା ପାଖରେ ରହିଛି କେବଳ ଆଧାର କାର୍ଡ । ଯେଉଁଥିରେ ତାଙ୍କ ଜନ୍ମ ମସିହା ୧୯୫୦ ଉଲ୍ଲେଖ ଥିବାରୁ ତାଙ୍କ ବୟସ ୫୦ ବର୍ଷ ବୋଲି ଉଲ୍ଲେଖ ରହିଛି । ଫଳରେ ତାଙ୍କ ବୟସ ୮୦ ଟପିଥିଲେ ସୁଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତା ମିଳୁ ନାହିଁ । ବାର୍ଦ୍ଧକ୍ୟ ଭତା ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏଁ ଦୌଡି ଦୌଡି ଚୁମୁରା ମୁଣ୍ଡା ନିରାଶ ହୋଇଛନ୍ତି । ସବୁଠ ତାଙ୍କ ଆଧାର କାର୍ଡ ଦେଖି ସରକାରୀ ବାବୁ ପ୍ରଶ୍ନ କରୁଛନ୍ତି ତମ ବୟସ କେତେ । ବୟସ ହୋଇ ନାହିିଁ ଭତା ମିଳିବ ନାହିଁ କହି ସରକାରୀ ବାବୁମାନେ ଫେରାଇ ଦେଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଚୁମୁରୁ ମୁଣ୍ଡା ।