କେନ୍ଦୁଝରରେ ପ୍ରହସନ ପାଲଟିଛି ଧାନ କିଣା: ବର୍ଷା ମାଡ ଖାଇ ଗଜା ହୋଇଗଲା ମଣ୍ଡିରେ ପଡିଥିବା ଧାନ

କେନ୍ଦୁଝରରେ ପ୍ରହସନ ପାଲଟିଛି ଧାନ କିଣା: ବର୍ଷା ମାଡ ଖାଇ ଗଜା ହୋଇଗଲା ମଣ୍ଡିରେ ପଡିଥିବା ଧାନ

କନକ ବ୍ୟୁରୋ: ମଣ୍ଡିରେ ଗଜା ହେଲା ଧାନ । ୭ ଦିନର ମହଲତ ଦେଲେ ଚାଷୀ । ମାସ ମାସ ଧରି ମଣ୍ଡିରେ ଗଦା ହୋଇଥିବା ଧାନ ଗଜା ହୋଇଛି । କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ଠାରୁ ସରକାର ଧାନ କିଣିବା ପ୍ରହସନ ପାଲଟିଛି । ହାଟଡିହି ବ୍ଲକର ଚାଷୀମାନେ ଶୋଷଣର ଶୀକାର ହେବା ସହିତ ଅନେକ କ୍ଷତି ସହୁଛନ୍ତି । ଚାଷୀମାନେ ମଣ୍ଡିରେ ଧାନ ଦେଇ ମାସ ମାସ ହେଲା ଅପେକ୍ଷା କରିଥିବା ବେଳେ ଧାନ ଉଠୁନଥିବାରୁ ଚିନ୍ତାରେ ପଡିଛନ୍ତି । ଏପରିକି ଗତ ୬ଦିନ ତଳେ ହୋଇଥିବା ବର୍ଷା ପରେ ମଣ୍ଡିରେ ପଡିଥିବା ଧାନ ଏବେ ଗଜା ହୋଇ ନଷ୍ଟ ହେବାକୁ ବସିଛି ।

publive-image

ଆଗାମୀ ୭ଦିନ ଭିତରେ ଧାନ ନଉଠିଲେ ଚାଷୀମାନେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଡଅଁର ସମବାୟ ସମତି ଅଧିନରେ ଖୋଲାଯାଇଥିବା ଧାନ ମଣ୍ଡିରେ ଡଅଁର, ଶାଳଣିଆଁ, ଗେଡମା, ଆଇତିପୁର, କଳିଗାଁ, ଅଁରା, ଓରାଳି ପଂଚାୟତର ଚାଷୀମାନେ ଧାନ ବିକ୍ରି ପାଇଁ ଆଣି ଗଦା କରଛନ୍ତିା ୪୦ରୁ ଅଧିକ ଚାଷୀଙ୍କ ଧାନ ମଣ୍ଡିରେ ଗଦା ହୋଇଥିବା ବେଳେ ମିଲରଙ୍କ ମନମାନି ଯୋଗୁଁ ଧାନ ଉଠୁନଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଧାନ ରଖିବା ପାଇଁ ଗୋଦାମ ଘର ନଥିବାରୁ ହଜାର ହଜାର କୁଇଂଟାଲ ଧାନ ଏବେ ଖରା ବର୍ଷା ଖାଇ ଗଜା ହେଇଗଲାଣି ।

publive-image

ବାହାରେ ଧାନ ପଡି ରହିଥିବାରୁ ଚାଷୀମାନେ ରାତି ଉଜାଗର ହୋଇ ଜଗି ବସୁଛନ୍ତି । ଏନେଇ ବାରମ୍ବାର ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଦାବି ଜଣାଇଲେ କୌଣସି ପଦକ୍ଷେପ ନିଆଯାଉନଥିବା ସମବାୟ ସମିତି ସଭାପତି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏନେଇ ପଦକ୍ଷେପ ନିଅନ୍ତୁ ନହେଲେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe