ଭୁବନେଶ୍ୱର ନାବାଳିକା ଦୁର୍ଷ୍କମ ଘଟଣା : ଆଜି କ୍ରାଇମବ୍ରାଂଚରେ ହାଜର ହେବେ ଓଟିଭି ଏମଡି ;ପୂର୍ବରୁ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଜାଗୀ

298

କନକ ବ୍ୟୁରୋ : ଓଟିଭି ଏମଡ଼ିଙ୍କୁ କ୍ରାଇମବ୍ରାଂଚର ନୋଟିସ । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡ଼ି ଜାଗୀ ପଣ୍ଡାଙ୍କୁ ନୋଟିସ ଜାରି କରିଛି କ୍ରାଇମବ୍ରାଂଚ । ଆଜି ଦିନ ୧୧ଟାରେ ହାଜର ହେବାକୁ ନୋଟିସରେ କୁହାଯାଇଛି । ଭୁବନେଶ୍ୱର ସ୍ଥିତ କ୍ରାଇମବ୍ରାଂଚ ଅଫିସରେ ହାଜର ହେବାକୁ ନିର୍ଦେଶ ରହିଛି । ତେବେ ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି । ଆଗକୁ ମଧ୍ୟ ଆହୁରି କିଛି ବ୍ୟକ୍ତିଙ୍କୁ ପରଚାଉଚରା କରାଯିବ । ତେଣୁ ନୋଟିସ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଦୁଇଦିନ ତଳେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇଥିଲେ ରାଜ୍ୟ ସରକାର । ପୂର୍ବରୁ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଜାଗୀ ।

ଅଭିଯୋଗ ଅନୁସାରେ ପୀଡିତାଙ୍କ ମାଆ, ତାଙ୍କ ନାବାଳିକା ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ଏମଡିକୁ ଜଣାଇଥିଲେ । ସବୁ ଶୁଣିବା ପରେ ବି ଏମ୍ଡି କୌଣସି ପଦକ୍ଷେପ ନେଇନଥିଲେ । ତେଣୁ ପୀଡିତା ନାବାଳିକାଙ୍କ ମାଆଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ଅଡିଓ କ୍ଲିପ ଦାଖଲ କରାଯାଇଥିଲା । ସେହି ଏତଲା ଓ ଅଡିଓ କ୍ଲିପ ଆଧାରରେ ଓଟିଭି ଏମଡିଙ୍କୁ ମହିଳା କମିଶନ ନୋଟିସ କରିଥିଲେ । ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା ।