ଗଞ୍ଜେଇ ଗାଡ଼ି ତନଖି ନ କରିବା ପଡ଼ିଲା ମହଙ୍ଗା । କେନ୍ଦୁଗୁଡ଼ା ଫାଣ୍ଡି ଏସଆଇ ନିଲମ୍ବିତ ।

Advertisment
ଗଞ୍ଜେଇ ଗାଡ଼ି ତନଖି ନ କରିବା ପଡ଼ିଲା ମହଙ୍ଗା । କେନ୍ଦୁଗୁଡ଼ା ଫାଣ୍ଡି ଏସଆଇ ନିଲମ୍ବିତ ।

କନକ ବ୍ୟୁରୋ : ପଦ୍ମପୁର ବ୍ଲକର ଦୁର୍ଗମ ଅଞ୍ଚଳ ପାଲିଟିଛି ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ । ଏହି ଅଞ୍ଚଳର ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ମାଫିଆମାନେ ଏହି ବେଆଇନ କାମ କରି ବେଶ ଲାଭବାନ ହେଉଛନ୍ତି। ଏହି ବେଆଇନ କାମରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅବକାରୀ, ପୁଲିସ ବିଭାଗର ପରୋକ୍ଷରେ ହାତ ଥିବା ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି। ଗତ ୨୮ ତାରିଖରେ ଏକ ଟ୍ରକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଏସଆଇ  ନିଜର କର୍ତ୍ତବ୍ୟ ସଠିକ ତୁଲାଇ ନଥିବା ଅଭିଯୋଗରେ ଆଜି ନିଲମ୍ବିତ ହୋଇଥିବା ଜଣାପଡ଼ିଛି।

ଗତ ୨୮ ତାରିଖ ଦିନ ଗଜପତି ଜିଲ୍ଲାରୁ ରାୟପୁର ଚାଲାଣ ହେଉଥିବା ଏକ ଟ୍ରକରେ ୫ କୁଇଣ୍ଟାଲ ୬୪ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ସେ ସମୟରେ କେନ୍ଦୁଗୁଡା ଫାଣ୍ଡିରେ ଏସଆଇ ଭାବେ କାର୍ଯ୍ୟରତ ଥିଲେ ଚନ୍ଦ୍ର ମୁଣ୍ଡା । ସେ ଉକ୍ତ ଟ୍ରକକୁ ଜାଣିଶୁଣି ଧରିନଥିବା ନେଇ ଅଭିଯୋଗ ହୋଇଥିଲା। ତା ପରେ ପଦ୍ମପୁର ଓ କେନ୍ଦୁଗୁଡ଼ା ପୁଲିସ ମିଳିତ ଭାବେ ଖମ୍ବରିଗୁଡ଼ା ସ୍କୁଲ ନିକଟରେ ୩ ଜଣ ଗଞ୍ଜେଇ ମାଫିଆ ସହ ଟ୍ରକଟିକୁ ଜବତ କରିଥିଲେ।  ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ବେଳେ ଦାୟିତ୍ୱରେ ଥିବା ଏସଆଇ ଶ୍ରୀ ମୁଣ୍ଡାଙ୍କ କାର୍ଯ୍ୟ ଅବହେଳା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୁଲିସ ବିଭଗର ତଦନ୍ତ ପରେ ଏସଆଇଙ୍କ ଅବହେଳା ପଦାକୁ ଆସିଥିଲା। ଘଟଣାର ପ୍ରାଥମିକ ତଦନ୍ତ ପରେ ଗତକାଲି ଶ୍ରୀ ମୁଣ୍ଡାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe