ରାଜରାସ୍ତାରେ କେନ୍ଦୁପତ୍ର କର୍ମଚାରୀ ସଂଘ । ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ୩୦ ହଜାରରୁ ଅଧିକ କେନ୍ଦୁପତ୍ର ତୋଳାଳିଙ୍କ ବିରୋଧ, ରାସ୍ତା ଅବରୋଧ କରି ପ୍ରତିବାଦ ।

188

କନକ ବ୍ୟୁରୋ: ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ପଦ୍ମପୁର ଉପଖଣ୍ଡ ରାଜ୍ୟ ରାଜପଥର ୬ଟି ସ୍ଥାନରେ ଯାତାୟତ ଠପ ହୋଇଯାଇଥିଲା । ଦୁବୁଲାବାହାଲ, ଦହିତା, ଲଖମରା, ମାଝୀପାଲି, ମିଠାପାଲି ଓ ଝାରବନ୍ଧ ଠାରେ ରାସ୍ତାରୋକ କରିଥିଲେ କେନ୍ଦୁପତ୍ର ତୋଳା କର୍ମଚାରୀ । ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ ।

କେନ୍ଦୁପତ୍ର କର୍ମଚାରୀ ସଂଘର ଅଭିଯୋଗ
୧. ଓଡିଶା ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ଦରମା ପର୍ଯ୍ୟାୟକ୍ରମେ ବୃଦ୍ଧି କରୁଛନ୍ତି ହେଲେ ସିଜିନାଲ କେନ୍ଦୁପତ୍ର କର୍ମଚାରୀଙ୍କ ଦରମା ବଢାଉନାହାନ୍ତି ।
୨. ସରକାରଙ୍କ ଚୁକ୍ତି ଅନୁସାରେ ଚପରାଶିମାନଙ୍କ ୪୦ ପ୍ରତିଶତ, ମୁନଶି ମାନଙ୍କ ୪୫ ପ୍ରତିଶତ ଏବଂ ଚେକର ଓ ହେଡଚେକର ମାନଙ୍କ ୫୫ ପ୍ରତିଶତ ଦରମା ବଢାଇବା କଥା ।
୩. ହେଲେ ସରକାର ହେଡଚେକର ମାନଙ୍କ ଦରମା ୮୩୪ ଟଙ୍କା ଓ ସର୍କଲ ଚେକରମାନଙ୍କ ୭୩୪ ଟଙ୍କା ଦରମା କାଟି ଦେଉଛନ୍ତି ।
୪. କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୧୦୦ ପ୍ରତିଶତରୁ ୫୦ ପ୍ରତିଶତ କରିଦେଇଛନ୍ତି ସରକାର ।
ତେଣୁ ଏହାର ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି କେନ୍ଦୁପତ୍ର କର୍ମଚାରୀ ସଂଘ ।

ସାରା ରାଜ୍ୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧର୍ମଘଟ କରୁଥିବା ବେଳେ ପାଟଣାଗଡ ମୁଖ୍ୟରାସ୍ତାର ବଲାଙ୍ଗିର କଂଟାବାଞ୍ଜି ରାସ୍ତାକୁ ଅବରୋଧ କରାଯାଇଥିଲା । ତେବେ ପାଟଣାଗଡ ଏସ୍.ଡି.ପି.ଓ ତଥା ଖପ୍ରାଖୋଲ ତହସିଲଦାର ଘଟଣାସ୍ଥଳରେ ପହଂଚି ଦାବି ସଂପର୍କରେ ସରକାରଙ୍କୁ ଜଣାଇଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ହଟିଥିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ।

ସୁନ୍ଦରଗଡ ଜିଲ୍ଲା ରାଉରକେଲା ଡିଭିଜନରେ କେନ୍ଦୁପତ୍ର କର୍ମଚାରୀ ଜିଲ୍ଲାର ପ୍ରାୟ ୬ଟି ସ୍ଥାନରେ ରାସ୍ତାରୋକ କରିଥିଲେ । ସୁନ୍ଦରଗଡ ସହରର ରାଣୀବଗିଚା ବାଇପାସ୍ ସହିତ ବଡଗାଁର ଗରିଆମାଲ୍ ଛକ, କୁତ୍ରାର ଗଡପୋଷ ଛକ ଠାରେ ବିଜୁ ଏକ୍ସପ୍ରେସୱେକୁ ଅବରୋଧ କରାଯାଇଥିଲା । ଏହାସହ ରାଉରକେଲା ଏବଂ ବଣେଇଁରେ ମଧ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ କେନ୍ଦୁପତ୍ର କର୍ମଚାରୀ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଗାଡିମଟର ଅଟକି ରହିଥିଲା

କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି
କେନ୍ଦୁପତ୍ର ଶ୍ରମିକଙ୍କ ପାରିଶ୍ରମିକରେ ସଂଶୋଧନ
ଶ୍ରମିକଙ୍କ ପରିବାରକୁ ମିଳୁଥିବା ସାମାଜିକ ସୁରକ୍ଷା ସହାୟତା ବଳବତ୍ତର ରଖିବା
କର୍ମଚାରୀଙ୍କ ବନୋସ ଟଙ୍କା ଠିକ୍ ସମୟରେ ପ୍ରଦାନ କରିବା
କେନ୍ଦୁପତ୍ରରେ କେନ୍ଦ୍ର ସରକାର ଲଗାଇଥିବା ଜିଏସଟି ପ୍ରତ୍ୟାହାର ଦାବି ହେଉଛି ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କଲେଜ ଛକରେ ବୀରମହାରାଜପୁର, ସୋନପୁର ଓ ସମ୍ବଲପୁର ରାସ୍ତା ଅବରୋଧ କରିଥିଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ବଲପୁର ଡିଭିଜନ କାର୍ଯ୍ୟକର୍ତା । ତେବେ ଶ୍ରମଜୀବୀଙ୍କ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଆନ୍ଦୋଳନରତ ସଂଗଠନ ।

Comments are closed.