କନକ ବ୍ୟୁରୋ : ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ର ବାଟିପଡା ପଞ୍ଚାୟତର ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଦେଖିବାକୁ ମିଳିଛି ହଜାର ହଜାର ଲୋକଙ୍କର ଭିଡ । କାରଣ ବ୍ୟାଙ୍କରେ ଥିବା ଲୋକମାନଙ୍କର ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ଖବର ସାରା ଅଞ୍ଚଳରେ ପ୍ରଚାର ହୋଇ ଯାଇଥିଲା । ଲୋକମାନେ ବ୍ୟାଙ୍କରେ ଟଙ୍କା ନେବା ପାଇଁ ଭିଡ ଜମାଇଥିଲେ ।

Advertisment

ଏ ସଂପର୍କରେ ଶାଖା ପରିଚାଳକ କହିଛନ୍ତି ଯେ ଆଜି ଲୋକ ମାନେ ଭିଡ ଜମାଇଥିଲେ ବ୍ୟାଙ୍କରେ ସେମାନଙ୍କର ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସୁଛି ଜାଣିବା ପାଇଁ । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏ ବାବଦରେ କିଛି ଯାଣି ନାହାନ୍ତି ବୋଲି କହୁଛନ୍ତି । ତେବ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି କି ତଦନ୍ତ କରାଯାଉଛି କେଉଁଠି ଟଙ୍କା ଆସିଲା । ସୂଚନା ମୁତାବକ ୪୦ ଜଣଙ୍କର ଆକାଉଣ୍ଟକୁ ଟଙ୍କା ଆସିଛି । କେଉଁଠୁ ଟଙ୍କା ଆସିଛିି ତାହା ଏବେ ଯାଏଁ ଯଣାପଡିନାହିଁ । ଏପରିକି ଲେକମାନଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ମଧ୍ୟ ଆସିଛି । ବ୍ୟାଙ୍କ ସହିତ ଗ୍ରାହକ ସେବା କେନ୍ଦ୍ର ଆଗରେ ଲୋକଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ବାଟିପଡା ଶାଖା ଅଧୀନ ସହିରା, ସାନମଙ୍ଗ, ବାଟିପଡା ଓ ନୂଆପଡା ପଞ୍ଚାୟତର ଶତାଧିକ ଆକାଉଣ୍ଟଧାରୀଙ୍କ ଖାତାରେ ଏହି ଅର୍ଥ ଜମା ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବାଟିପଡା ଶାଖା ପରିଚାଳକ ପ୍ରତାପ ପ୍ରଧାନ କହିଛନ୍ତି ଯେ, ଆଜି ବ୍ୟାଙ୍କ ଖୋଲିବା ପରେ ୨୦ରୁ ୩୦ ଗ୍ରାହକ ଟଙ୍କା ଉଠାଣ ପାଇଁ ଆସିଥିଲେ । ଏକକାଳୀନ ସମସ୍ତଙ୍କୁ ଆବଶ୍ୟକ ପରିମାଣର ଅର୍ଥ ପୈଠ କରିବା ସମ୍ଭବ ନ ଥିବାରୁ ସେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା । କିନ୍ତୁ ପରେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଗହଳି ଓ ଠେଲାପେଲା ହେବାରୁ ପୁଲିସ ସହାୟତା ନିଆଯାଇଥିଲା ଓ ଟଙ୍କା ଉଠାଇବା ବନ୍ଦ କରି ଦିଆଯାଇଥିଲା ।