ପାନୀୟ ଜଳ ପାଇଁ ହାହାକାର : ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା

ପାଣି ପାଇଁ ଦୀର୍ଘ ଦିନ ହେବ ହନ୍ତସନ୍ତ ହେଉଛନ୍ତି ମହାକାଳପଡା ବ୍ଲକ ରାଜଗଡ ପଂଚାୟତ ସ୍ୱାଇଁ ସାହିର ଶହ ଶହ ପରିବାର

46

କନକ ବ୍ୟୁରୋ : ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ହାଣ୍ଡି, ମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା । କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ପଂଚାୟତର ସ୍ୱାଇଁ ସାହି ୭ନମ୍ବର ୱାର୍ଡର ୭ଶହ ବାସିନ୍ଦାମାନେ ଦୀର୍ଘଦିନ ହେବ ପାନୀୟ ଜଳ ଅସୁବିଧାର ସମ୍ମୁଖୀନ ହେବା ପରେ ରାସ୍ତା ଅବରୋଧ କରିଛନ୍ତି ।

ଗାଁର ଶତାଧିକ ମହିଳା ରାସ୍ତା ଅବରୋଧ କରିବା ସହିତ ପ୍ଲାକାର୍ଡ ଧରି ରାସ୍ତା ଉପରେ ବସି ରହିଛନ୍ତି । ପଂଚାୟତରେ ୨ଟି ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ପାଣି ଆସୁନଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ମହିଳା ।

Comments are closed.