କନକ ବ୍ୟୁରୋ : ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ହାଣ୍ଡି, ମାଠିଆ ଧରି ରାସ୍ତା ଅବରୋଧ କଲେ ମହିଳା । କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ପଂଚାୟତର ସ୍ୱାଇଁ ସାହି ୭ନମ୍ବର ୱାର୍ଡର ୭ଶହ ବାସିନ୍ଦାମାନେ ଦୀର୍ଘଦିନ ହେବ ପାନୀୟ ଜଳ ଅସୁବିଧାର ସମ୍ମୁଖୀନ ହେବା ପରେ ରାସ୍ତା ଅବରୋଧ କରିଛନ୍ତି ।
ଗାଁର ଶତାଧିକ ମହିଳା ରାସ୍ତା ଅବରୋଧ କରିବା ସହିତ ପ୍ଲାକାର୍ଡ ଧରି ରାସ୍ତା ଉପରେ ବସି ରହିଛନ୍ତି । ପଂଚାୟତରେ ୨ଟି ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ପାଣି ଆସୁନଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ମହିଳା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/15-5.jpg)