ରାଜକନିକାର ମହିଳା ଗୋଷ୍ଠୀଙ୍କ ସଫଳ ହୋଇଛି ଉଦ୍ୟମ ।  ପନିପରିବା ଚାଷକୁ ଆପଣେଇଲେ ମହିଳା; ୨୫ ଏକର ଜମିରେ ଫଳାଉଛନ୍ତି କୁଇଂଟାଲ କୁଇଂଟାଲ ପରିବା ।

Advertisment
ରାଜକନିକାର ମହିଳା ଗୋଷ୍ଠୀଙ୍କ ସଫଳ ହୋଇଛି ଉଦ୍ୟମ ।  ପନିପରିବା ଚାଷକୁ ଆପଣେଇଲେ ମହିଳା; ୨୫ ଏକର ଜମିରେ ଫଳାଉଛନ୍ତି କୁଇଂଟାଲ କୁଇଂଟାଲ ପରିବା ।

କନକ ବ୍ୟୁରୋ: ବଜାରର ଅଭାବ ଯୋଗୁଁ ଚାଷ କାମରୁ ମନ ଫେରାଉଛନ୍ତି ଲୋକେ । ମାତ୍ର ଏଭଳି ପରିସ୍ଥିତିରେ ମହିଳାମାନେ ଚାଷ କାମ କରି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଖବର ନିଶ୍ଚିତ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ । ରାଜକନିକା ଅଂଚଳର ୧୭୦ ମହିଳା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ପାରିମକୁନ୍ଦପୁର ଗାଁର ମା ପାଟବାଲି ଉତ୍ପାଦକ ଗ୍ରୁପର ପ୍ରାୟ ୧୭୦ଜଣ ମହିଳାମାନେ ମିଶନଶକ୍ତି ସହାୟତାରେ ପ୍ରଥମେ ପନି ପରିବା ଚାଷ କରିବାକୁ ମନ ବଳାଇଥିଲେ ।  ଗାଁରେ କେବଳ ଧାନ ଚାଷ ହୋଇ ପଡିଆ ପଡି ରହୁଥିବା ଜମିଗୁଡିକୁ ମାଲିକମାନଙ୍କଠାରୁ ଲିଜରେ ୨୫ ଏକର ଆଣିଥିଲେ । ଆଉ ସେହି ଜମିରେ ବାଇଗଣ, କାକୁଡି, କଲରା, କଖାରୁ, ଝୁଡ଼ଙ୍ଗ, ଟମାଟର ଓ ମକାଚାଷ କରି ରୋଜଗାର କରିବା ଆରମ୍ଭ କରିଥିଲେ । ପ୍ରତିଦିନ ୨୫ ଜଣ ମହିଳାମାନେ ପାଳି କରି ବିଲକୁ ଆସିଥାନ୍ତି, ବିଲରେ ଘାସ ବାଛିବା ସହ ପରିବା ତୋଳିବା ସହ ପାଣି ଦେଇଥାନ୍ତି । ସେଥିରୁ ଯାହା ଲାଭ ବାହାରେ ସେମାନଙ୍କ ପରିବାର ହସ ଖୁସିରେ ଚାଲିଥାନ୍ତି ବୋଲି ମହିଳା ଚାଷୀମାନେ କହିଛନ୍ତି ।

ପ୍ରତିଦିନ ୨୫ ଏକର ଜମିରୁ ବାହାରୁଥିବା କୁଇଣ୍ଟାଲ କୁଇଣ୍ଟାଲ ପନିପରିବାଗୁଡିକୁ ଆଳି, ରାଜକନିକା ଓ ଓଳାଭର ଅଞ୍ଚଳର ବେପାରୀମାନଙ୍କୁ ଯୋଗାଇବା ସହ ବଜାରକୁ ମଧ୍ୟ ଯୋଗାଇଥାନ୍ତି । ମହିଳାମାନେ ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ ସେମାନଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ତାଲିମ ଦେବା ସହିତ ସରକାରି ସହାୟତା ଆଉ କିଛି ମିଳିଲେ ଆହୁରି ଆଗକୁ ଆଗେଇପାରନ୍ତେ। ଏହାସହ ବିଲରେ ପଡି ପଚିଯାଉଥିବା ପନିପରିବା ରଖିବା ଲାଗି ଶୀତଳ ଭଣ୍ଡାରଟିଏ ହେଲେ ସେମାନେ ଆହୁରି ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe