କେନ୍ଦ୍ରାପଡା ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ନିରଞ୍ଜନ ଅତି ।

Advertisment
କେନ୍ଦ୍ରାପଡା ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ନିରଞ୍ଜନ ଅତି ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ । ହାଉସ୍ ବିଲଡିଂ ଲୋନ୍ କରାଇଦେବା ପାଇଁ ଜଣେ କର୍ମଚାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ପ୍ରଧାନଶିକ୍ଷକ ନିରଞ୍ଜନ ଅତି । ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କ ହାଉସ୍ ବିଲ୍ଡିଂ ଫାଇଲ ଦସ୍ତଖତ କରି ପଠାଇବା ପାଇଁ ଟଙ୍କା ମାଗିଥିଲେ । ପ୍ରଧାନଶିକ୍ଷକ ନିରଞ୍ଜନ ଅତି ସନ୍ତୋଷଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଏହା ସହ ଆୟଠୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ପ୍ରଧାନଶିକ୍ଷକ ନିରଞ୍ଜନ ଅତିଙ୍କ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe