କନକ ବ୍ୟୁରୋ : କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର । ତାହା ବି ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ । ପୂର୍ବରୁ ସାମ୍ବାଦିକଙ୍କ ଉପରେ ଅନେକ ସମୟରେ ଆକ୍ରମଣ ହେଉଥିବାର ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ଦିବାଲୋକରେ କେନ୍ଦ୍ରାପଡା ଏସପି ନୀତିଶେଖର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ହୋଇଛି । ଯାହାର ଭିଡ଼ିଓ କ୍ୟାମେରା ଲେନ୍ସରେ କଏଦ ହୋଇଛି ।
ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦ୍ରାପଡା ଏସପି ନୀତି ଶେଖର କହିଛନ୍ତି, ମାଡ ମାରିବା ମୋର କଳ୍ପନା ବାହାରେ, ମୁଁ ସେଠାରେ କାହାକୁ ଛୁଇଁ ନାହିଁ ମଧ୍ୟ । କିନ୍ତୁ ଯଦି ସେମିତି କିଛି ହୋଇଥାଏ ତେବେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ଆମେ ସମସ୍ତେ ନିଜର କାର୍ଯ୍ୟ କରୁଛୁ କିନ୍ତୁ କିଛି ସମୟରେ ଆମର ବ୍ୟବହାର କାହାକୁ ଆଘାତ ଦେଇଥାଇପାରେ । ତେବେ କାହାକୁ ଖରାପ ବ୍ୟବହାର କରିବା କିମ୍ବା ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ । ଏସବୁକୁ ଭୁଲି ପରସ୍ପର ମଧ୍ୟରେ ସୁସର୍ମ୍ପକ ସ୍ଥାପନ କରି କାର୍ଯ୍ୟରେ ଆଗେଇ ଯିବା । ତେବେ ଏସପିଙ୍କ ଏଭଳି ବ୍ୟବହାରକୁ ବରିଷ୍ଠ ସାମ୍ବାଦିକଙ୍କ ସମେତ ବିଭିନ୍ନ ସ୍ତରରୁ ନିନ୍ଦା କରାଯାଇଛି ।
  
 Follow Us