କର୍ମଚାରୀଙ୍କ ସହ ମିଶି ପୋଖରୀ ସଫା କଲେ କେନ୍ଦ୍ରାପଡା ଏସପି…୩ ଘଂଟା ଧରି ଉଦ୍ୟମ ପରେ ପୋଖରୀରୁ ବାହାର କଲେ ଦଳ ଓ ଆବର୍ଜନା

ଏସପିଙ୍କ ଉଦ୍ୟମକୁ ଚାରିଆଡେ ପ୍ରଶଂସା

476

କନକ ବ୍ୟୁରୋ: କେନ୍ଦ୍ରାପଡାରୁ ଆସିଲା ଭଲ ଖବର । ପୋଖରୀ ସଫା କଲେ କେନ୍ଦ୍ରାପଡା ଏସପି । କେନ୍ଦ୍ରାପଡା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପଛରେ ଥିବା ଏକ ପରିତ୍ୟକ୍ତ ପୋଖରୀ ଦୀର୍ଘଦିନ ହେବ ଆବର୍ଜନାରେ ଭରି ରହିଥିଲା । ଏହା ଦେଖିବା ପରେ ଆଜି କେନ୍ଦ୍ରାପଡା ଏସପି ନୀତି ଶେଖର ନିଜେ ପୋଖରୀ ସମେତ ଏହାର ଆଖପାଖ ସ୍ଥାନରେ ଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି ।

ଏସପି ପୋଖରୀ ସଫା କରୁଥିବା ଦେଖି ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି କାମରେ ଲାଗିପଡିଥିବା ଦେଖିବାକୁ ମିଳିଛି । ପ୍ରାୟ ତିନି ଘଂଟା ଲାଗି ପୋଖରୀରେ ଥିବା ଆବର୍ଜନାକୁ ସଫା କରିଥିଲେ ପୋଲିସ କର୍ମଚାରୀ । ଏସପିଙ୍କ ଏହି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି ।