କନକ ବ୍ୟୁରୋ: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର । କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିବା ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି ।
ତେବେ ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି । କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ତେବେ ଦୀର୍ଘ ଦିନ ଧରି ରସାବଳିକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲେ ହେଁ ଏବେ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/59.jpg)