ପ୍ରାୟ ୨ ବର୍ଷ ହେବ ସ୍ୱାଭିବକ ହୋଇପାରୁନି ବସ ଚଳାଚଳ : ଜୀବିକା ହରାଇ ଚିନ୍ତାରେ କର୍ମଚାରୀ; ସରକାରୀ ସହାୟତା ଦାବି କଲେ ବସ୍ ମାଲିକ

121

କନକ ବ୍ୟୁରୋ : ଜୁଲାଇ ୧ରେ ରାଜ୍ୟରେ ଅନଲକ ପ୍ରକ୍ରିୟା ଯଦି ଆରମ୍ଭ ହୁଏ, ବସ ଚଳାଚଳ ପାଇଁ ଅନୁମତି ଦେବେ କି ସରକାର । କାରଣ ଦୁଇବର୍ଷ ହେଲା ରାସ୍ତାରେ ଗଡୁନାହିଁ ବସ୍ । ମଝିରେ କିଛିଦିନ ବସ ଚଳାଚଳ କରିବାକୁ ସରକାର କହିଲେ, କିନ୍ତୁ ଯାତ୍ରୀ ହେଲେନାହିଁ ଓ ତେଲ ପଇସା ଉଠିଲା ନାହିଁ । ବାଧ୍ୟହୋଇ ବସ ବନ୍ଦ କଲେ ମାଲିକ ।

ଏବେ ପଡପଡି ବସ ଖତ ଖାଇବାକୁ ବସିଲାଣି । କେନ୍ଦ୍ରାପଡା ଜିଲ୍ଲାରେ ବସ ଡ୍ରାଇଭଲ, ହେଲ୍ପର, କଣ୍ଡକ୍ଟରଙ୍କୁ ମିଶାଇ ପ୍ରାୟ ୫ଶହରୁ ଅଧିକ କର୍ମଚାରୀ ଜୀବିକା ହରାଇ ଏବେ ଦୁଃଖକଷ୍ଟରେ ଚଳୁଛନ୍ତି । ତେଣୁ ସରକାରୀ ସହାୟତା ଦାବିରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ଘରୋଇ ବସ ମାଲିକ । ସଂଘ ପକ୍ଷରୁ ଜୀବିକା ହରାଇଥିବା କର୍ମଚାରୀଙ୍କୁ ସହାୟତା ପାଇଁ ଦାବି କରାଯାଇଛି ।