କନକ ବ୍ୟୁରୋ : ବାତ୍ୟା ଫୋନିରେ ପ୍ରଭାବିତ ପୁରୀ ଜିଲ୍ଲାର ବତ୍ୟା ପୀଡିତ ମାନଙ୍କୁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରାପଡା ପୋଲିସ । ଏକ ଗାଡି ଯୋଗେ ରିଲିଫ ପଠାଇଛି କେନ୍ଦ୍ରାପଡା ଜିଲ୍ଲାର ପୋଲିସ ବିଭାଗ । ମାର୍ଶାଘାଇ ଥାନା ଆଇଆଇସିଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଡାଲି ଆଳୁ ଚାଉଳ, ଆଳୁ ପନିପରିବା, ତେଲ ସହିତ ରନ୍ଧା ସାମଗ୍ରୀ ପୁରୀକୁ ପଠାଯାଇଛି ।
ତେବେ ଏପରି କାମକୁ ସାରା ରାଜ୍ୟରେ ପ୍ରଶଂସା କରାଯାଇଛି । ପୂର୍ବରୁ ମଧ୍ୟ ଗଜପତି ପୋଲିସ ନିଜ ହାତରେ ଥାଳ ଧରି ବିଭିନ୍ନ ସ୍ଥାନରୁ ଟଙ୍କା ସଂଗ୍ରହ କରିଥିଲେ । କହିବାକୁ ଗଲେ ବର୍ତମାନ ସମୟରେ ପୋଲିସ ଗୋଟିଏ ପଟେ ବାତ୍ୟା ବିପନ୍ନଙ୍କ ପାଇଁ ବନ୍ଧୁ ସାଜିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/POLICE-1.jpg)