ବନ୍ଧା ହେଲେ ପିଇଓ : ୧୦ଲକ୍ଷ ଟଙ୍କା ହଡପ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

233

କନକ ବ୍ୟୁରୋ : ୧୦ ଲକ୍ଷ ଟଙ୍କା ଆତ୍ମସାତ କରି ଗିରଫ ହେଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଆଖୁଳିପଡ଼ା ପଂଚାୟତରେ । ମହିଳା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମିନତୀ ବାସ୍କେ ପଂଚାୟତ ସିଏଫସି ପାଣ୍ଠିରୁ ଜାଲିଆତି କରି ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ବିଡିଓ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ପଂଚାୟତର ଅର୍ଥ ଅନଲାଇନରେ ପେମେଂଟ ହେଉଥିବା ବେଳେ କିପରି ଏତେ ଗୁଡ଼ିଏ ଟଙ୍କା ଜାଲିଆତି କରି ବ୍ୟାଙ୍କରୁ ଉଠାଇନେଲେ ତାହା ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।