କନକ ବ୍ୟୁରୋ : ଶାଶୁ ଘରେ ବୋହୂକୁ ଦିନ ଦ୍ୱିପ୍ରହରରେ ମାଡ । ଘରୁ ବାହାରି ଯିବାକୁ କହି ଦିନ ଦ୍ୱିପ୍ରହରରେ ନିସ୍ତୁକ ମାଡ଼ ମାରିଲେ ଶାଶୁଘର ଲୋକେ । ବୋହୂକୁ ରକ୍ଷା କରିବାକୁ ଯାଉ ଆହତ ହେଲେ ସ୍ଥାନୀୟ ଲୋକେ । ସୋସିଆଲ ମିଡ଼ିଆରେ ଏବେ ଏହି ମାଡ଼ର ଚିତ୍ର ଭାଇରାଲ ହେବାରେ ଲାଗିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ଝିଅ କୋରୋ ଗାଁର ଜିତେନ୍ଦ୍ରଙ୍କୁ ବିବାହ କରିଥିଲେ । ବିବାହ ପରେ ପାରିବାରିକ ବିବାଦ ଲାଗି ରହିଥିଲା । କିନ୍ତୁ ବିବାହ ପରେ ଶାଶୁ ଘରେ ବୋହୂ ଏକା ରହୁଥିବା ବେଳେ ସ୍ୱାମୀ ଓ ଶାଶୁ ରାଜ୍ୟ ବାହାରେ ରହୁଛନ୍ତି । ହେଲେ ସେ ରହୁଥିବା ଘରଟି ତାଙ୍କ ମାମୁଁ ଶ୍ବଶୁରଙ୍କର ବୋଲି ଦାବି କରି ମାମୁଁ ଘର ଲୋକେ ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି । ବୋହୂକୁ ନିର୍ଦୟ ଭାବେ ମାଡ ମାରୁଥିବା ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ସେପଟେ ବୋହୂକୁ ଗୁରୁତର ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/10-2.jpg)