କନକ ବ୍ୟୁରୋ : ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଳିକାପୁର ଛକ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି କଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ । ସୂଚନା ଅନୁସାରେ ସୁଧାଂଶୁ ଗତକାଲି ଅପରାହ୍ଣରେ କଳିକାପୁର ଫେରୁଥିଲେ । ଚନ୍ଦନ ପୋଖରୀ ଛକରୁ କଳିକାପୁର ଛକ ମଧ୍ୟରେ ଏକ ଧାରୁଆ ଅସ୍ତ୍ରରେ କେହି ତାଙ୍କ ବେକକୁ ହାଣି ଦେଇଥିଲା ।

Advertisment

ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ୧୫ ଦିନ ତଳେ କେନ୍ଦ୍ରାପଡା ଚାନ୍ଦୋଳ ଅଂଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ତେଣୁ ପ୍ରେମ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।