କନକ ବ୍ୟୁରୋ : ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ । କେନ୍ଦ୍ରାପଡ଼ା ଆଳି ଅଂଚଳରୁ ଗତକାଲି ବିଳମ୍ବିତ ରାତିରେ ୨ ଟି ଏଟିଏମରେ ବଡ଼ ଧରଣର ଲୁଟ କରିଛନ୍ତି ଡ଼କାୟତ । ଏଟିଏମକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରେ କଳାକନା ବୁଲାଇଛନ୍ତି ଲୁଟେରା । ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡ଼ି ଦେଇଛନ୍ତି ।
ଗତକାଲି ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି । ଆଜି ସକାଳୁ ଏହି ଘଟଣା ଜଣାପଡିବା ପରେ ବ୍ୟାଙ୍କ ଅଧିକାରୀ ଓ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇଟି ଏଟିଏମ ଗ୍ୟାସ କଟରରେ କଟା ଯାଇଥିବା ବେଳେ ଲୁଟେରାମାନେ ମେସିନରୁ ଟଙ୍କା ଲୁଟ୍ କରିଛନ୍ତି କି ନାହିଁ ତାହା ମେସିନ୍ ଖୋଲାଯିବା ପରେ ଜଣାପଡିବ ବୋଲି ସଂପୃକ୍ତ ଅଧିକାରୀ ମାନେ କହିଛନ୍ତି । ଫୋରେନସିକ ଟିମ୍ ଘଟଣାସ୍ଥଳରୁ ତଦନ୍ତ କରି ଫେରିବା ପରେ ମେସିନ ଯାଞ୍ଚ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/ATM-1024x576.jpg)