କେନ୍ଦ୍ରାପଡ଼ାରେ କମାଲ କରିବେ କି ଅନୁଭବ ? ଭୋଟ୍ ଗଣତି ଟ୍ରେଣ୍ଡ୍ କହୁଛି ବୈଜୟନ୍ତଙ୍କୁ ପଛରେ ପକାଇ ଆଗୁଆ ଅଛନ୍ତି ଅନୁଭବ ।

1,491

କନକ ବ୍ୟୁରୋ: କେନ୍ଦ୍ରାପଡ଼ା କୁରୁକ୍ଷେତ୍ରରେ ବାଜି ମାରିପାରନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି । ଭୋଟ୍ ଗଣତି ପ୍ରକ୍ରିୟାର ଟ୍ରେଣ୍ଡ୍ ଅନୁସାରେ ଅନୁଭବ ବର୍ତ୍ତମାନ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ୩ ହଜାର ୭ଶହ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଲଢ଼େଇ କରୁଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥର ଧରଣୀଧର ନାୟକ ।  

ଅନ୍ୟପଟେ ଆଉ ଭୋଟ୍ ପେଡ଼ିରୁ ବାହାରୁଥିବା ଫଳାଫଳ ଏବେ ବିଜେଡି ଶିବିରରେ ଧିରେ ଧିରେ ଉତ୍ସାହ ଭରିବାରେ ଲାଗିଛି । କାରଣ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଓଡ଼ିଶାରେ ମ୍ୟାଜିକ୍ ନମ୍ବର ଅତିକ୍ରମ କରିସାରିଲାଣି ବିଜୁ ଜନତା ଦଳ । ମଧ୍ୟାହ୍ନ ୧୨ ଟା ସୁଦ୍ଧା ବଜେଡି ୯୦ଟି ବିଧାନସଭା ଆସନରେ ଆଗୁଆଥିବାବେଳେ ବିଜେପି ୨୭ ଏବଂ କଂଗ୍ରେସ ୧୪ଟି ଆସନରେ ସନ୍ତୁଷ୍ଟ ରହିଥିବା ଟ୍ରେଣ୍ଡ କହୁଛି ।