କନକ ବ୍ୟୁରୋ: ଦିନେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ୟ୍ୟକ୍ରମରେ ଚର୍ଚ୍ଚା ସାଉଁଟି ଥିବା, କମଳା ଏବେ ପୁଣି ଚର୍ଚ୍ଚାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇଛନ୍ତି ରାକ୍ଷୀ। ସେ ବି କୌଣସି ଡିଜାଇନ୍ କିମ୍ବା ଦାମୀ ରାକ୍ଷୀ ନୁହେଁ । ଜରିରେ ତିଆରି ରାକ୍ଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିବେ କମଳା ମହାରଣାଙ୍କ ଏହି ହାତ ତିଆରି ଜରି ରାକ୍ଷୀ । ରକ୍ଷା ବନ୍ଧନରେ ରାକ୍ଷୀ ପିନ୍ଧି, ପୁଣି ମନେ ପକେଇବେ କମଳା ମହାରଣାଙ୍କୁ । ସେଦିନ ଥିଲା ୨୦୨୩ ମସିହା ଫେବୃଆରୀ ମାସ ୨୬ ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୯୮ ତମ ମନ୍ କି ବାତର ସଂସ୍କରଣ ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ପ୍ରଶଂସା କରି ତାଙ୍କୁ ଲୋକ ଲୋଚନକୁ ଆଣିଥିଲେ । ଏପରିକି କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ସେହିଦିନ ଠୁଁ ସବୁଆଡେ ପ୍ରସଂଶା ର ପାତ୍ର ହୋଇଥିଲେ କମଳା । ସେଥିପାଇଁ ଚଳିତ ବର୍ଷ ରକ୍ଷା ବନ୍ଧନରେ ନିଜ ଭାଇ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ପଠେଇଛନ୍ତି, ଯାହା ଏଣେତେଣେ ପଡ଼ିଥିବା ଜରିରୁ ହିଁ ତିଆରି ।