ଚାଷୀଙ୍କ ପାଇଁ ଟୋକନ୍ କାହିଁ ? କେନ୍ଦ୍ରାପଡ଼ାରୁ ଆସିଲା ଅଭାବନୀୟ ସ୍ଥିତି । ମଣ୍ଡିରୁ ଧାନ ନଉଠିବାରୁ କେନ୍ଦ୍ରାପଡାରେ ତାତିଲେ ଚାଷୀ, କୃଷି ସମବାୟ ସମିତିରେ ପକାଇଲେ ତାଲା ।

164

କନକ ବ୍ୟୁରୋ: ମଣ୍ଡିରୁ ଧାନ ନଉଠିବାକୁ ନେଇ କେନ୍ଦ୍ରାପଡାରେ ତାତିଲେ ଚାଷୀ । ମାସ ମାସ ଧରି ମଣ୍ଡିରୁ ଧାନ ନଉଠିବା, ଟୋକନ ନମିଳିବା ଓ ଅମଳ ପୂର୍ବରୁ ଧାନ କିଣା ବନ୍ଦକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ । ଜିଲ୍ଲାର ଏକାଧିକ ସମବାୟ ସମ୍ମିତିରେ ଏଭଳି ସ୍ଥିତି ଉପୁଜଥିବାବେଳେ, ବଡମୂଳବସନ୍ତ କୃଷି ସମବାୟ ସମିତିରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଚାଷୀ ।

ମଣ୍ଡିରୁ ଧାନ ନଉଠିବା ଓ ଟୋକନ ଅବ୍ୟସ୍ଥାକୁ ନେଇ କେନ୍ଦ୍ରାପଡାରେ ତାତି ଉଠିଛନ୍ତି ଚାଷୀ । ତୁରନ୍ତ ଧାନ ଉଠାଇବାକୁ ଦାବି କରି ବଡ ମୂଳୁବସନ୍ତ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଏବଂ ସେମାନଙ୍କ ଧାନ ନଉଠିବା ପର୍ଯ୍ୟନ୍ତ ସେମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ପାଟକୁରା- ଏହା କେବଳ ଗୋଟିଏ କି ଦୁଇଟି ମଣ୍ଡିର ସମସ୍ୟା ନୁହେଁ । ଜିଲ୍ଲାର ମହାକାଳପଡା, ମାର୍ଶାଘାଇ ଓ ଗରଦପୁର ବ୍ଲକର ଏକାଧିକ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଚାଷୀ ଧାନ ଅମଳ କରି ବିକ୍ରି କରିବାକୁ ଆଣିବା ବେଳକୁ ଧାର୍ଯ୍ୟ ସମୟ ପୂର୍ବରୁ ମଣ୍ଡି ବନ୍ଦ୍ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଅମଳ ଧାନକୁ କେମିତି ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ମଣ୍ଡି ଗୁଡିକରୁ ଧାନ ଉଠାଇବା ସହ ଟୋକନ୍ ଇସ୍ୟୁ କରି ଅମଳ ହୋଇ ରହିଥିବା ଧାନ ଗୁଡିକୁ ଚାଷିଙ୍କ ନିକଟରୁ ସଂଗ୍ରହ କରିବା ନିମନ୍ତେ ଦାବି ହେଉଛି ।