କନକ ବ୍ୟୁରୋ : ବୟସ କମ୍ ହେଲେ କାମ ବହୁତ ବଡ । ଅଙ୍ଗ ଦାନ କରି ଆଜି ସମସ୍ତଙ୍କ ପାଖରେ ଚିରଦିନ ପାଇଁ ଅମର ହୋଇ ରହିଯାଇଛନ୍ତି ଯୁକ୍ତ ଦୁଇ ଛାତ୍ର ଶ୍ରୀ ଓମ୍ ଶିବୁ । ନିଜର ଦୁଇ କିଡନୀ ଦାନ କରି ଆଉ ଜଣକୁ ନୂଆ ଏକ ଜୀବନ ଦେଇଛନ୍ତି । ତାଙ୍କର ଏହି ମହତ କାମ ନେଇ ଏସସିବି ପକ୍ଷରୁ ସମ୍ମାନର ସହ ବିଦାୟ ଦିଆଯାଇଥିବା ବେଳେ ନିଜ ଜନ୍ମମାଟିରେ ଶିବୁଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର ନେଇ ଜିଳ୍ଲାପାଳଙ୍କୁ କୁହାଯାଇଥିଲା ।

Advertisment

ପାଖରେ ପୁଅ ନାହିଁ । ମାତ୍ର ପୁଅ ଯୋଗୁ ଅନ୍ୟ କିଏ ପାଇବ ନୂଆ ଜୀବନ । ପୁଅକୁ ଝୁରି ପରିବାର ଆଖିରୁ ଲୁହ ଶୁଖୁନି । ହେଲେ ପୁଅର ମହତ କାମ ପାଇଁ ଗର୍ବ ଅନୁଭବ କରିଛନ୍ତି ଅଙ୍ଗଦାନ କରିଥିବା ଶିବୁଙ୍କ ପରିବାର । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ହେଉଛନ୍ତି ଶ୍ରୀ ଓମ୍ ଶିବୁ । ଏସସିବିରେ ବ୍ରେନ୍ ଟୁମ୍ୟରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ବ୍ରେନ୍ ଡେଡ୍ ହେବା ପରେ ତାଙ୍କ କିଡନୀ ଦୁଇଟି ଦାନ କରି ଅନ୍ୟକୁ ଦେଇଛନ୍ତି ଏକ ନୂଆ ଜୀବନ ।

ଶଲ୍ୟ ଚିକିତ୍ସା ଓ ବୃକକ ପ୍ରତ୍ୟାରୋପଣ ବିଭାଗରେ ଶିବୁଙ୍କ ଦୁଇଟି କିଡନୀ ସଫଳତାରସହ ବାହାର କରାଯାଇଥିଲା । ଏହା ଦୁଇ ଜଣ ବ୍ୟକ୍ତିଙ୍କଠାରେ ଲଗାଯିବାର ଯୋଜନା ରହିଛି । ଗୋଟିଏ ଏସସିବି ଓ ଅନ୍ୟ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନିଆଯାଇଛି । ଶିବୁଙ୍କ ଏହି ମହାନ କାମ ପାଇଁ ତାଙ୍କ ଏସସିବି ପକ୍ଷରୁ ସମ୍ମାନର ସହ ବିଦାୟ ଦିଆଯାଇଛି ।

ବୟସ ବହୁତ କମ୍ ହେଲେ ଶିବୁର ମହତ କାମ ଯୋଗୁ ସବୁଠି ସମସ୍ତଙ୍କ ପାଖରେ ଚିରସ୍ମରଣୀୟ ହୋଇ ରହିବେ ଏହି ଛାତ୍ର ଜଣକ ।