କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ କେବଳ ଶ୍ରୀକ୍ଷେତ୍ର ନୁହେଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ବଳଦେବଜୀଉଙ୍କୁ ଲୀଳାଖେଳାରେ ପ୍ରକମ୍ପିତ ହେଉଛି । ପବିତ୍ର ତୁଳସୀ କ୍ଷେତ୍ର ‘କେନ୍ଦ୍ରାପଡ଼ା’ ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବ ଜିଉ ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀଙ୍କ ସହିତ ରଥଯାତ୍ରାରେ ବାହାରିଛନ୍ତି । ଆଜି ୩ଟା ୧୫ରେ ତିନି ଠାକୁରଙ୍କର ପହଣ୍ଡି ବିଜେ ହୋଇଥିଲା । ପହଣ୍ଡି ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳିରେ ମନ୍ଦିର ପରିସର କମ୍ପି ଉଠୁଥିଲା। ଅପରାହ୍ଣ ସାଢ଼େ ୪ଟା ବେଳକୁ ତିନି ଠାକୁର ବିଶ୍ୱର ବଡ଼ ରଥ ‘ବ୍ରହ୍ମ ତାଳଧ୍ୱଜ’ରେ ଚଢ଼ି ସାରିଥିଲେ।

Advertisment

publive-imageଶ୍ରୀ ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ପରଂପରା ନିଆରା। ଏଠାରେ ରଥଯାତ୍ରା ଅବସରରେ ଭକ୍ତମାନେ ରଥକୁ ମାତ୍ର ୨୦୦ ମିଟର ଟାଣିଥାନ୍ତି । ରଥଯାତ୍ରାର ପରବର୍ତ୍ତୀ ଦିନରେ ଠାକୁରଙ୍କ ରଥ ଆଗକୁ ନିଆଯାଇଥାଏ । ତେବେ ପୁରୀ ଭଳି ଏଠାରେ ମଧ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି ସମାପନ ହେବା ପରେ ତିନି ଠାକୁର ବିଶ୍ୱର ବଡ଼ ରଥ ‘ବ୍ରହ୍ମ ତାଳଧ୍ୱଜ’ରେ ଚଢ଼ିଥିଲେ । ଆଉ ଯେଉଁ ମୁହୂର୍ତ୍ତକୁ ଭକ୍ତ ଅପେକ୍ଷା କରିଥିଲା ତାହା ଆଜି ପୂରଣ ହୋଇଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ପବିତ୍ର ରଥଯାତ୍ରାରେ ଦେଖିବାକୁ ମିଳିଛି ।