କନକ ବ୍ୟୁରୋ : ପଞ୍ଚାୟତ ଫଇସଲା । ଦିନ ୧୨.୩୦ଟା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ କେନ୍ଦ୍ରାପଡାରେ ବିଜେପି ଓ କଂଗ୍ରେସକୁ ଝଟକା ଲାଗିଛି । ଉଭୟ ଦଳ ମଧ୍ୟରୁ କେହି ଖାତା ଖୋଲି ପାରି ନାହାନ୍ତି । ବିଜେଡି ଏକାକୀ ୯ଆସନରେ ଆଗେଇ ଚାଲିଛି ।

Advertisment

ତେବେ କେନ୍ଦ୍ରାପଡାର ୩ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ବଡ ଆହ୍ୱାନ । ୫ ବିଧାନସଭା କ୍ଷେତ୍ରରୁ କେନ୍ଦ୍ରାପଡାରେ ଶଶୀ ବିରୋଧୀ ଅଧିକ ସକ୍ରିୟ ରହିଛନ୍ତି । ଭାଗବତପୁର, ଅଣ୍ଡରା ସରପଂଚ ଉପନିର୍ବାଚନରେ ଶଶୀଙ୍କ ସମର୍ଥିତ ପ୍ରାର୍ଥୀ ହାରିଥିଲେ । ଶଶୀ ବେହେରାଙ୍କ ସହ କିଶୋର ତରାଇ ଶିବ ଭଳଙ୍କ ଶୀତଳ ଯୁଦ୍ଧ ଚାଲିଛି । ପାଟକୁରାରେ ମଙ୍ଗ ସମ୍ଭାଳିଛନ୍ତି ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଂଜୟ ଅଗ୍ରୱାଲ । ବିରୋଧୀ ଗୋଷ୍ଠୀ ପଛରେ ଝିଅ ମଧୁମତି ଅଗ୍ରୱାଲଙ୍କ ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି ।

ସଂଜୟଙ୍କ ପ୍ରଭାବକୁ ଜିଲ୍ଲା ବିଜେଡି ସଭାପତି ଉକ୍ରଳ ପରିଡା ଚେକ୍ ଦେଉଥିବା ଚର୍ଚ୍ଚା । ଖରସ୍ରୋତା ପାଣି ବିବାଦକୁ ନେଇ ଆଳି ନିର୍ବାଚନ ମଣ୍ଡଳୀରେ ରହିଛି ଅସନ୍ତୋଷ । ବିଧାୟକ ପ୍ରତାପ କେଶରୀ ଦେବ ଅଂଚଳବାସୀଙ୍କ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି । ରାଜନଗର ଓ ମହାକାଳପଡାରେ ବିରୋଧ ନଥିବାରୁ ସହଜ ସ୍ଥିତିରେ ବିଜେଡି ।