କନକ ବ୍ୟୁରୋ:  ବନ୍ଧା ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର ୫ଟି ଠିକଣାରେ ଚଢାଉ କରାଯାଇଥିଲା । ପ୍ରଦୀପଙ୍କ ନାଁରେ ଭୁବନେଶ୍ୱର ଓ କଟକରେ ଦୁଇଟି ବିଲ୍ଡିଂ ଠାବ କରାଯାଇଛି । ଏହାଛଡ଼ା ଟ୍ୱିନସିଟିରେ ଦୁଇଟି ପ୍ଲଟ ମଧ୍ୟ ରହିଛି । ପ୍ରଦୀପଙ୍କ ନାଁରେ ୨କୋଟି ୮୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ବେଳେ ୧ କୋଟି ୨୧ ଲକ୍ଷ ଟଙ୍କାର କ୍ୟାସ ଜବତ କରାଯାଇଛି । ଗତକାଲି ଚଢ଼ାଉ ବେଳେ ଅନେକ ସୁନା ଅଳଙ୍କାର ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ଜଣ ଇନସ୍ପେକ୍ଟର ସାମିଲ ଥିଲେ । ଏତେ ସମ୍ପତ୍ତି କେଉଁଠାରୁ ଆଣିଲେ ତାର ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।