କନକ ବ୍ୟୁରୋ: ପାଣିରେ ବୁଡି ରହିଥିଲା ଶହ ଶହ ହେକ୍ଟର ଜମିର ଧାନ ଫସଲ । ପାଣି ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ପରେ କିଛି ଫଳ ନମିଳିବାରୁ ବନ୍ଧକୁ ହାଣି ଦେଇଛନ୍ତି ଗାଁ ଲୋକେ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ । ଏହି ବ୍ଲକର ପେଟଛେଲା, ରାମନଗର, ବରକନ୍ଦା, ଆଦି ପଂଚାୟର ଶହ ଶହ ହେକ୍ଟର ଚାଷ ଜମିର ପାଚିଲା ଧାନ ଫସଲ ସାମୁଦ୍ରିକ ଝଡ ବୁଲବୁଲ ପ୍ରଭାବରେ ହୋଇଥିବା ବର୍ଷା ପାଣିରେ ବୁଡି ରହିଥିଲା ।
ଦୀର୍ଘ ଦିନ ହେବ ଏହି ଅଂଚଳରେ ଏହି ସମସ୍ୟା ଲାଗି ରହୁଛି । ବର୍ଷା ହେଲା ମାତ୍ରେ ପାଟରେ ପାଣି ଜମି ରହୁଛି । ଏହି ପାଣି ନିଷ୍କାସନ ପାଇଁ ପ୍ରଶାସନକୁ ବାରମ୍ବାର ଗାଁ ଲୋକଙ୍କ ପକ୍ଷରୁ ଗୁହାରି କରାଯାଇଛି । ହେଲେ କିଛି ଫଳ ନମିିଳିବାରୁ ଗାଁ ଲୋକେ ମିଳିତ ଭାବେ ରାସ୍ତାକୁ କାଟି ଦେଇଛନ୍ତି । ଏବଂ ସେହି ସ୍ଥାନରେ ଏକ ସୁଇସ୍ ଗେଟ୍ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ତେବେ ଜିଲ୍ଲାପାଳ କହିଛନ୍ତି ଅନୁଧ୍ୟାନ ପାଇଁ ତହସିଲଦାରଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-20-at-7.25.40-AM.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-20-at-7.25.33-AM-300x226.png)