ବିବାଦ ଭିତରେ ଆରମ୍ଭ ହେବ କେନ୍ଦ୍ରାପଡା ଖରସ୍ରୋତା ନଦୀ ଉପରେ ଜଳଯୋଗାଣ ପ୍ରକଳ୍ପ: କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣା ସ୍ଥଳରେ ପହଚିଂଲେ ପ୍ରଶାସନିକ ଅଧିକାରୀ

ସେପଟେ ପ୍ରକଳ୍ପ ବିରୋଧରେ ଜାରି ରହିଛି ଶାନ୍ତିପୂର୍ଣ୍ଣ ଧାରଣା

81

କନକ ବ୍ୟୁରୋ: ତୁଟିନି ପାଣି କଳି ଆରମ୍ଭ ହେବ କି ପ୍ରକଳ୍ପ କାମ । ଖରସ୍ରୋତା ନଦୀ ଉପରେ ହେବାକୁ ଥିବା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ । ଆଜି କେନ୍ଦ୍ରାପଡ଼ା ରାଜକନିକା ଖରସ୍ରୋତା ନଦୀ ଅବବାହିକାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମର ତଦାରଖ ପାଇଁ ପହଂଚିଛନ୍ତି ଜିଲ୍ଲା ପୋଲିସ, ପ୍ରଶାସନିକ ଅଧିକାରୀ ଓ ଠିକା କମ୍ପାନୀ କର୍ମଚାରୀ । ଏହି ୨ଟି ପ୍ରକଳ୍ପ ହେଲେ ଭଦ୍ରକ ଜିଲ୍ଲାର କିଛି ବ୍ଲକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବ୍ଲକ ଲୋକଙ୍କ ଶୋଷ ମେଂଟିବ ।

ବସୁଧା ଯୋଜନାରେ ଲୋକଙ୍କ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । ହେଲେ ଭଦ୍ରକ ପାଇଁ ହେଉଥିବା ଜଳ ଯୋଗାଣ ପ୍ରକଳ୍ପକୁ ଖରସ୍ରୋତା ଜଳ ଦେବାକୁ ନାରାଜ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି । ସଂଗ୍ରାମ ସମିତି ପକ୍ଷରୁ ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଛି । ତେବେ ଭଦ୍ରକ ପାଇଁ ଖରସ୍ରୋତାରୁ ଟୋପାଏ ବି ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଏହି ବିବାଦ ଭିତରେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି ।