କନକ ବ୍ୟୁରୋ: ତୁଟିନି ପାଣି କଳି ଆରମ୍ଭ ହେବ କି ପ୍ରକଳ୍ପ କାମ । ଖରସ୍ରୋତା ନଦୀ ଉପରେ ହେବାକୁ ଥିବା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ । ଆଜି କେନ୍ଦ୍ରାପଡ଼ା ରାଜକନିକା ଖରସ୍ରୋତା ନଦୀ ଅବବାହିକାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମର ତଦାରଖ ପାଇଁ ପହଂଚିଛନ୍ତି ଜିଲ୍ଲା ପୋଲିସ, ପ୍ରଶାସନିକ ଅଧିକାରୀ ଓ ଠିକା କମ୍ପାନୀ କର୍ମଚାରୀ । ଏହି ୨ଟି ପ୍ରକଳ୍ପ ହେଲେ ଭଦ୍ରକ ଜିଲ୍ଲାର କିଛି ବ୍ଲକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବ୍ଲକ ଲୋକଙ୍କ ଶୋଷ ମେଂଟିବ ।
ବସୁଧା ଯୋଜନାରେ ଲୋକଙ୍କ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । ହେଲେ ଭଦ୍ରକ ପାଇଁ ହେଉଥିବା ଜଳ ଯୋଗାଣ ପ୍ରକଳ୍ପକୁ ଖରସ୍ରୋତା ଜଳ ଦେବାକୁ ନାରାଜ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି । ସଂଗ୍ରାମ ସମିତି ପକ୍ଷରୁ ଶାନ୍ତିପୁର୍ଣ୍ଣ ଧାରଣା ଦିଆଯାଇଛି । ତେବେ ଭଦ୍ରକ ପାଇଁ ଖରସ୍ରୋତାରୁ ଟୋପାଏ ବି ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଏହି ବିବାଦ ଭିତରେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/35-6.jpg)