ନିଜେ ରଚିଥିଲେ ନିଜ ଅପହରଣର କାହାଣୀ । ଟଙ୍କା ଠକେଇ ଉଦ୍ଦେଶ୍ୟରେ କିଡନାପ ଡ୍ରାମା କରିଥିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ

Advertisment
ନିଜେ ରଚିଥିଲେ ନିଜ ଅପହରଣର କାହାଣୀ । ଟଙ୍କା ଠକେଇ ଉଦ୍ଦେଶ୍ୟରେ କିଡନାପ ଡ୍ରାମା କରିଥିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ

କନକ ବ୍ୟୁରୋ : ନିଜ ଅପହରଣର ନାଟକ ରଚିଥିଲେ ନିଜେ ଅପହୃତ ବ୍ୟକ୍ତି । ଟଙ୍କା ଠକେଇ କରିବା ଉଦେଶ୍ୟରେ କିଡନାପ ଡ୍ରାମା କରିଥିଲେ କେନ୍ଦ୍ରାପଡା ତନ୍ତିଆପାଳ ଫାଇନାନ୍ସ କମ୍ପାନୀ ଏଜେଂଟ । ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି । ଫାଇନାନ୍ସ କମ୍ପାନୀର ଏଜେଂଟ ଜଣକ ନିଜେ କମ୍ପାନୀରୁ ଟଙ୍କା ହଡପ କରି ନେବା ସହ ଅପହରଣର ନାଟକ ରଚିଥିଲେ । ପୁଲିସ ଡାକବଙ୍ଗଳା ନିକଟରୁ ତାଙ୍କ ବ୍ୟାଗ ସହ ବାଇକ୍ ଜବତ କରିଥିଲା । ଏହାପରେ ଛାନଭିନ୍ ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତ ଘଟଣା ସାମନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe