ନବୀନ ନିବାସରେ ଆଜି ବି ଜମିଛି ନେତାଙ୍କ ଭିଡ । ସକାଳୁ ସକାଳୁ ପହଁଚିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିିପ୍ରା ମଲ୍ଲିକ୍, କହିଲେ ଏଥର ତାଙ୍କୁ ନିଶ୍ଚିତ ମିଳିବ ଟିକେଟ୍

ବିଜେଡିରୁ ପ୍ରାର୍ଥୀ ହେବା ନେଇ ପ୍ରକାଶ କଲେ ଦୃଢ଼ୋକ୍ତି

193

କନକ ବ୍ୟୁରୋ: ନବୀନ ନିବାସରେ ଆଜି ବି ଦେଖିବାକୁ ମିଳିଛି ନେତାଙ୍କର ଲମ୍ବା ଲାଇନ । ଏହାରି ଭିତରେ କେନ୍ଦ୍ରାପଡା ଆସନରେ କାହାକୁ ଟିକେଟ ମିଳିବ ସେ ନେଇ ଅଙ୍କକଷା ଜାରି ରହିଥିବା ବେଲେ ସିପ୍ରା ନବୀନ ନିବାସ ଆସିଛନ୍ତି । ସିପ୍ରା କହିଛନ୍ତି, ମୁଁ ସକ୍ରିୟ ଥିଲି । କେନ୍ଦ୍ରପଡାରୁ ଲଢିବାର ଅଛି । ଲୋକଙ୍କ ପାଇଁ ଥିବା ଅଧୁରା କାମକୁ ପୂରଣ କରିବି । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସିପ୍ରା ଆଶା ପ୍ରକାଶ କରିଛନ୍ତି ।

ସେପଟେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା  । ୨୫ ତାରିଖଯାଏଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଏପ୍ରିଲ ୧୧ ତାରିଖରେ ମତଦାନ କରାଯିବ । ନିଆଯିବ । ରିଟଣ୍ଣିଂ ଅଫିସର ତଥା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଜିଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିଲେ ମଧ୍ୟ ଏଯାଏଁ କୌଣସି ଦଳ ବର୍ତମାନ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ।

କୁହାଯାଉଛି ଅନ୍ୟ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇନଥିବାରୁୁ ନିଜ ପ୍ରାର୍ଥୀ ତାଲିକା ପ୍ରଥମେ ଘୋଷଣା କରିବାକୁ କୌଣସି ଦଳ ମଙ୍ଗୁ ନାହାନ୍ତି । ପ୍ରାର୍ଥୀ ଚୟନକୁ ନେଇ ଦଳରେ ଚାଲିଛି ଛକାପଂଞ୍ଝା । କଂଗ୍ରେସ, ବିଜେଡି ଓ ବିଜେପିରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନଥିବା ବେଳେ ପାର୍ଟି ଅଫିସ ଓ ଦଳ ମୁଖିଆଙ୍କ ବାସଭବନରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ବଢୁଛି । ଏହା ସହ ଦେଶର ୯୧ଟି ଲୋକସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୯୧ଟି ଆସନ ପାଇଁ ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ ।