ବିଜୁ ପକ୍କା ଘର ପାଇଁ ହିତାଧିକାରୀ ଚୟନରେ ପାତରଅନ୍ତର: କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରି ପଂଚାୟତରୁ ଆସିଲା ଅନିୟମିତତା ଅଭିଯୋଗ

ଯୋଗ୍ୟ ହିତାଧିକାରୀଙ୍କୁ ନୁହେଁ କୋଠା ଥିଲା ଲୋକଙ୍କୁ ମିଳୁଛି ବିଜୁ ପକ୍କା ଘର

278

କନକ ବ୍ୟୁରୋ: ବିଜୁ ପକ୍କା ଘର ହିତାଧିକାରୀ ଚୟନରେ ଅନିୟମିତତା । କୋଠା ଘର ଥିବା ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ହେଲେ ଯେଉଁମାନଙ୍କ ଚାଳଛପର ଘର ତାଙ୍କୁ ପ୍ରଧନମନ୍ତ୍ରୀ କିମ୍ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ନାହିଁ । ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରି ପଂଚାୟତର ନୂଆ ଗାଁରୁ ।

ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ହିତାଧିକାରୀମାନେ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଉ ନଚେତ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।