ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ: ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

175

କନକ ବ୍ୟୁରୋ : ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଓଡ଼ିଶା ଜୀବିକା ମିଶନ ସଂଯୋଜକ ରଶ୍ମୀରଂଜନ ଦାସ ଘରେ ଶୋଇଥିବା ସମୟରେ କିଛି ଯୁବକ ତାଙ୍କ କବାଟ ବାଡ଼େଇଥିଲେ । ତାଙ୍କୁ ବିଡ଼ିଓ ଡ଼ାକୁଛନ୍ତି ବୋଲି କହିଥିଲେ । ତାଙ୍କ ମନରେ ସନ୍ଦେହ ହେବାକୁ ସେ ଯାଇନଥିଲେ । ଫଳରେ ତାଙ୍କ ଘର ବାହାରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ପାଟି ଶୁଣି ଲୋକ ମାନେ ଆସିବା ପରେ ଘଟଣାସ୍ଥଳରେ ରଶ୍ମୀରଂଜନକୁ ଛାଡ଼ି ଖସି ପଳାଇଥିଲେ ଦୁବୃର୍ତ । ବର୍ତମାନ ରଶ୍ମୀ ରଂଜନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ରଶ୍ମୀରଂଜନଙ୍କ ସ୍ତ୍ରୀ ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।