କନକ ବ୍ୟୁରୋ : ପ୍ରଭୁ ଜଗନ୍ନଥଙ୍କ ରୋଷ ଶାଳରେ ମହକିବ କଳାଜିରା ଚାଉଳ । ଭୋଗରେ ଲାଗିହେବ ଏହି କଳାଜିରା କିସମ ଚାଉଳ । ପ୍ରସ୍ତୁତ ହେବ ସୁସ୍ୱାଦୁ ବ୍ୟଂଜନ ମାନ । ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷତ୍ରକୁ କଳାଜିରା ଚାଉଳ ପଠାଇବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କେବଳ ଅପେକ୍ଷା ରହିଛି ଅନୁମୋଦନକୁ । ଅନୁମୋଦନ ମିିଳିଗଲେ ଭକ୍ତ ମାନେ ପାଇବେ କଳାଜିରାରୁ ପ୍ରସ୍ୁତ ପ୍ରସାଦ । ଏହି କଳାଜିରାକୁ ଜିଆଇ ଟ୍ୟାଗ ମିଳିବା ପରେ କୋରାପୁଟ ଜିଲ୍ଲାପାଇଁ ଏହା ଦେଇଛି ଆଉ ଏକ ପରିଚୟ । କୋରାପୁଟ ଜିଲ୍ଲାରେ ବହୁଳ ଭାବରେ ଏହା ଚାଷ ହେଉଥିବାବେଳେ ଏହାର ଗୁଣବତା ନେଇ ବଢୁଛି ଚାହିଦା । ବେଶୀ କରି ଦିନକୁ ଦିନ ଦେଶ ବିଦେଶର ବି ଚାହିଦା ବଢିବାରେ ଲାଗିଛି । ସୁସ୍ୱାଦୁ ବ୍ୟଂଜନ ପ୍ରସ୍ତୁତ କରିବାରେ ଏହି କଳାଜିରା ବ୍ୟବହାର ହୋଇଥାଏ । ଆଉ ଏବେ ମହାପ୍ରସାଦରେ ବ୍ୟବହାର କରିବାକୁ ଚାଲିଛି ପ୍ରୟାସ ।
କୋରାପୁଟ ବ୍ୟତୀତ ମାଲକାନଗିରି ଓ ରାୟଗଡାରେ ମଧ୍ୟ କଳାଜିରା ବହୁଳ ଭାବେ ଚାଷ କରାଯାଉଛି । ଏକର ପିଛା ୫ରୁ ୧୦ କୁଇଂଟାଲ ଅମଳ ହେଉଥିବା ବେଳେ ଚାଷୀ ମଧ୍ୟ ବେଶ ଲାଭବାନ୍ ହେଉଛନ୍ତି ଏହି ଚାଷ କରି । ତେବେ ଏହି କଳାଜିରା ବ୍ୟବସାୟୀ କରଣ ପାଇଁ ସ୍ୱତନ୍ତ୍ର ଭାବେ ଜିଆଇ ଟ୍ୟାଗ ପ୍ରଦାନ କରିଥିବା ସଂସ୍ଥାକୁ ଆବେଦନ କରିବାକୁ ପଡ଼ିବ । ଏହା ଦ୍ୱାରା ଚାଷୀ ମାନେ ଅଧିକ ଲାଭବାନ୍ ହୋଇପାରିବେ । ବିଲୁପ୍ତ ହେଉଥିବା କଳା ଜିରାକୁ ବଚାଂଇ ରଖିବା ଓ ଏହାର ପୁନଉଦ୍ଧାର ପାଇଁ ଜୟପୁର ସ୍ଥିତ ସ୍ୱାମିନାଥନ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ ଭୁମିକା ରହିଛି ।
ଜିଆଇ ଟ୍ୟାଗ ପାଇବା ପରେ କଳାଜିରା ଧାନକୁ ମିଳିବ ଅନ୍ତର୍ଜାତୀୟ ବଜାର । ଏହାର ବ୍ୟବସାୟ ବଢାଯିବା ସହିତ ଚାଷୀ ମାନେ ଏହି ଚାଷ କଲେ ବେଶ ଉପକୃତ ହୋଇପାରିବ ।