ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ: ବଚସାରୁ ହେଲେ ହାତାହାତି…ଲୁହା ରଡ଼ରେ ପିଟିିଲେ ଦୋକାନୀ

ମାଡ଼ ମାରିବାର ଚିତ୍ର ସିସିଟିଭିରେ କଏଦ । ମଦ ଚଢ଼ା ଦାମକୁ ନେଇ ପ୍ରତିବାଦ କରିଥିଲେ ମଦ୍ୟପ

211

କନକ ବ୍ୟୁରୋ: ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ । ମଦ ଦୋକାନୀଙ୍କ ଆକ୍ରମଣର ପୁରା ଘଟଣା କଏଦ ହେଲା ସିସିଟିଭିରେ । ମଦ୍ୟ ଦାମ ଅଧିକକୁ ନେଇ ଘଟିଛି ଏହି ଘଟଣା । କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ଘାଗରା ଗାଁର ୩ଜଣ ଯୁବକ ନିଶା ସେବନ ପାଇଁ ଦୋକାନକୁ ଯାଇଥିଲେ ।

ଦୋକାନୀ ମଦ ଦାମ୍ ଅଧିକ ନେବାରୁ ଏମାନେ ପ୍ରତିବାଦ କରିଥିଲେ । ମଦ୍ୟପଙ୍କ ପ୍ରତିବାଦରେ ଉତକ୍ଷିପ୍ତ ହୋଇ ମଦ ଦୋକାନୀ ଏକ ରଡ଼ ସାହାଯ୍ୟରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତ୍ୱର ଭାବେ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments are closed.