କନକ ବ୍ୟୁରୋ: ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ । ମଦ ଦୋକାନୀଙ୍କ ଆକ୍ରମଣର ପୁରା ଘଟଣା କଏଦ ହେଲା ସିସିଟିଭିରେ । ମଦ୍ୟ ଦାମ ଅଧିକକୁ ନେଇ ଘଟିଛି ଏହି ଘଟଣା । କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ଘାଗରା ଗାଁର ୩ଜଣ ଯୁବକ ନିଶା ସେବନ ପାଇଁ ଦୋକାନକୁ ଯାଇଥିଲେ ।
ଦୋକାନୀ ମଦ ଦାମ୍ ଅଧିକ ନେବାରୁ ଏମାନେ ପ୍ରତିବାଦ କରିଥିଲେ । ମଦ୍ୟପଙ୍କ ପ୍ରତିବାଦରେ ଉତକ୍ଷିପ୍ତ ହୋଇ ମଦ ଦୋକାନୀ ଏକ ରଡ଼ ସାହାଯ୍ୟରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତ୍ୱର ଭାବେ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/12-15.jpg)
/kanak/media/post_attachments/wp-content/uploads/2021/01/vlcsnap-2021-01-12-09h34m49s814.png)