କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ଆଳି ବିଧାୟକଙ୍କ ଭାଷଣକୁ ନେଇ ଜିଲ୍ଲା ରାଜନୀତି ଜୋର ଧରିଛି । ବିଧାୟକଙ୍କ ଏକ ମନ୍ତବ୍ୟ ଉପରେ ଚେଏଁକି ଉଠିଛନ୍ତି ଅନ୍ୟ ଦଳର କର୍ମୀମାନେ ।ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଆଲି ବ୍ଲକ ନିଆଳ ପଞ୍ଚାୟତରେ ଥିବା ବିଧାୟକଙ୍କଘର କ୍ୟାମ୍ପସ ଭିତରେ ଦୁଇଦିନ ତଳେ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା କର୍ମୀ ବୈଠକ ଡାକି ସେଠାରେ ଖୋଲା ଖୋଲି ଭାବରେ ଅଶିଳ ଭାଷାରେ ରାଜ୍ୟସଭା ସାସଂଦ ତଥା ଶାସକ ଦଳର ମୁଖପାତ୍ର ପ୍ରତାପ ଦେବଙ୍କୁ ଗାଳି ଦେବା ସହିତ ଆଗାମୀ ୨୦୧୯ ନିର୍ବାଚନରେ ବିଜେଡି ବାଲାଙ୍କୁ ଘରୁ ବାହାର କରାଇ ନଦେବା ପାଇଁ କର୍ମୀମାନଙ୍କୁ କହିଥିଲେ । ଯଦି ଆବଶ୍ୟକ ପଡେ ତାହାଲେ ବିଜେଡି ନେତାମାନଙ୍କ ଉପରେ କଡା ନଜର ରଖିବା ପାଇଁ ଗ୍ୟାଙ୍ଗ ଷ୍ଟାର ମାନଙ୍କୁ ସେ ଟେଣ୍ଡର ଦେବେ ବୋଲି ଖୋଲାଖୋଲି କହିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ରାଜନିତୀ ଜୋର ଧରିଛି । ଉଭୟ କଂଗ୍ରେସ ଓ ବିଜେଡି ଆଳି ବିଧାୟକଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ।

Advertisment

publive-imageବିଧାୟକଙ୍କ ଏପରି ଆକ୍ରୋଶମୂଳକ ଭାବରେ ଅନ୍ୟ ଏକ ରାଜନୈତିକ ଦଳକୁ ଏପରି କହିବା ସମ୍ମିଚୀନ ନୁହେଁ ବୋଲି ଅନେକ ବରିଷ୍ଠ ନେତା କହିଛନ୍ତି । ତେବେ ବିଧାୟକଙ୍କ ଏପରି ମନ୍ତବ୍ୟରେ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ କହିଛନ୍ତି ଯେ, ବିଧାୟକ ଯେଉଁ ପରି ଭାବରେ ଖୋଲା ଖୋଲି ନିଜର ମନ୍ତବ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ଏହାକହ ସ୍ପଷ୍ଟ କରିଛନ୍ତି ତାଙ୍କର ଗ୍ୟାଙ୍ଗଷ୍ଟରମାନଙ୍କ ସହ ସମ୍ପର୍କ ନିବିଡ । ତେବେ ଆମର କର୍ମୀମାନେ ମଧ୍ୟ ସଜାଗ ରହିଛନ୍ତି । ତାହାଛଡା ଆଳି ବିଧାୟକଙ୍କ ପାଇଁ ଏହା ନୂଆ ନୁହେଁ ପୂର୍ବରୁ ଅନେକ ଥର ଏପରି ଭାବରେ ସେ କହିଛନ୍ତି ।

publive-image

କିନ୍ତୁ ଏପରି ମନ୍ତବ୍ୟ ଦେବାପେର ଖୋଦ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେଦିନ ମୁଁ ଭାବ ବିହ୍ୱଳରେ କହିଦେଇଥିଲି । ଏହା ମୋ ‘ସ୍ଲିପ୍ ଅଫ୍ ଟଙ୍ଗ’ । ମୋର କୈାଣସି ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ନାହିଁ । ଜିଲ୍ଲାରେ ଏକମାତ୍ର ନେତା ମୁଁ ଯିଏକି ପ୍ରଥମ ରୁ ଅସାମାଜିକ ବ୍ୟକ୍ତିମାନଙ୍କୁ ବିରୋଧ କରୁଛି ଓ ଅନେକ ଥର ସଙ୍ଗୀନ ଦଫାରେ ଜେଲ ମଧ୍ୟ ଯାଇଛି । ମୋର କୈାଣସି ଉଦ୍ଦେଶ୍ୟ ନାହିଁ ଏପରି ଅସାଳୀନ ମନ୍ତବ୍ୟ ଦେବାପାଇଁ । ମୋର କ୍ଷମତା ଲୋଭ ନାହିଁ । ସେଦିନର ଭାଷଣ ଲାଗି ମୁଁ ଦୁଃଖିତ ବୋଲି ଶ୍ରୀ ନାଥ ଶର୍ମା କହିଛନ୍ତି । ତେବେ ବିଧାୟକଙ୍କ ଏପରି ମନ୍ତବ୍ୟ ଉପରେ କଂଗ୍ରେସର କୈାଣସି ନେତା ପ୍ରତିକ୍ରିୟା ଦେଇ ନଥିବା ବେଳେ ପ୍ରତାପ ଦେବ ମଧ୍ୟ କିଛି ଟିପଣୀ ଦେଇନଥିବା ଜଣାପଡିଛି ।