ପିଏମଏଲଏ କୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି ଆରମ୍ଭ । ୧୦ ଦିନ ରିମାଣ୍ଡ ପାଇଁ ଅପିଲ କରିପାରେ ଇଡି ।

129

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ପିଏମଏଲଏ କୋର୍ଟରେ ହାଜର ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଏଠାରେ ତାଙ୍କର ଶୁଣାଣି ଚାଲିଛି । ହେଲେ ଇଡି ପାଖରେ ରହିଛି ତାଙ୍କ ବିରୋଧରେ କଡା ବୟାନ । ତେଣୁ କୋର୍ଟଙ୍କ ନିଷ୍ପତ୍ତି କାହା ଆଡକୁ ଯିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଗୁରୁବାର ୨ ଘଂଟାର ଜେରା ପରେ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି । ଗିରଫ ପରେ କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ସେ ରାତି ବିତାଇଥିଲେ । । କେଜ୍ରିୱାଲଙ୍କୁ ଇଡି ଲକଅପରେ ରଖାଯାଇଥିଲା । ଗିରଫ ଦାରୀ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ କେଜ୍ରିୱାଲଙ୍କ ଘର ପାଖରେ ୧୪୪ ଧାରା ଜାରୀ କରାଯାଇଛି ।