ଜେଲ୍ ପ୍ରଶାସନକୁ କେଜ୍ରିୱାଲଙ୍କ ଅନୁରୋଧ । ୫ଟି ଜିନିଷ ଯୋଗାଇ ଦେବାକୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

1,359

କନକ ବ୍ୟୁରୋ: ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏପ୍ରିଲ ୧୪ ପର୍ଯ୍ୟନ୍ତ ତିହାର ଜେଲ ନମ୍ବର ୨ରେ ରହିବେ କେଜ୍ରିୱାଲ । ତେବେ ଜେଲ ପ୍ରଶାସନକୁ ସେ ୫ଟି ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ଅନୁସାରେରେ ଔଷଧ ଯୋଗାଇ ଦିଆଯାଉ । ଭାଗବତ ଗୀତା,ରାମାୟଣ ଓ ହାଓ ପ୍ରାଇମିନିଷ୍ଟର ଡିସାଇଡ ବହି ପଢ଼ିବାକୁ ଦିଆଯାଉ । ଏଥିସହିତ ସେ ପିନ୍ଧିଥିବା ଏକ ଧାର୍ମିକ ଲକେଟ ରଖିବାକୁ ଅନୁମତି ମିଳୁ । ସ୍ୱାସ୍ଥ୍ୟ ଅନୁଯାୟ ଖାଦ୍ୟ ମିଳୁ । ଜେଲ ସେଲରେ ଏକ ଟେବୁଲ ଓ ଚେୟାର ମିଳୁ ।

ତେବେ ମିଳିଥିବା ସୁଚନା ଅନୁସାରେ ଓ ତିହାର ଜେଲର ନିୟମ ମୁତାବକ ସକାଳ ୬,୩୦ ସୁୁଦ୍ଧା ଶୋଇକି ଉଠିବାକୁ ହେବ । ଜଳଖିଆରେ ଚା ଓ ବ୍ରେଡ ଦିଆଯିବ । ୧୦.୩୦ରୁ ୧୧ଟା ଭିତରେ ଡାଲି, ତରକାରୀ ରୁଟି ଓ ଭାତ ଭୋଜନରେ ମିଳିବ । ୩ଟାରେ ପୁଣିଥିରେ ଜଳଖିଆରେ ଚା ଓ ବିସ୍କୁଟ ମିଳିବ । ୪ଟାରେ ଓକିଲ ସହ ଦେଖା କରିପାରିବେ । ୫,୩୦ ସୁଦ୍ଧା ରାତ୍ରୀଭୋଜନ ଦିଆଯିବ ଓ ୭ଟା ଭିତରେ ସେଲକୁ ଫେରିବେ । ସପ୍ତାହକୁ ଦୁଇଥର ସର୍ମ୍ପକୀୟଙ୍କୁ ଭେଟିବେ । ୨୪ ଘଣ୍ଟା ଡାକ୍ତର ରହିବେ । ଖେଳ, ଏଣ୍ଟରଟେନମେଣ୍ଟ ଓ ନ୍ୟୁଜ ଚ୍ୟାନେଲ ଦେଖିପାରିବେ । ମଦ ଦୁର୍ନୀତି ମାମଲାରେ ଚାରିଜଣଙ୍କୁ ପୂର୍ବରୁ ଗିରଫ କରାଯାଇଛି । ଜେଲ ନମ୍ବର ଏକରେ ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଜେଲ ନମ୍ବର ୭, ସଂଜୟ ସିଂ ୫ ଓ କବିଥା ୬ ନମ୍ବରରେ ରଖାଯାଇଛି । ଅନ୍ୟପଟେ ତିହାର ଜେଲ ବାହାରେ ଆମ ଆଦମୀ ପାର୍ଟି ଜୋରଦାର ପ୍ରଦର୍ଶନ କରିଛି । ଶହ ଶହ କର୍ମୀ ଜେଲ ବାହାରେ ପ୍ରଦର୍ଶନ କରିଛନ୍ତି ।