କେଜରିୱାଲଙ୍କ କାର ଚୋରି ! ସଚିବାଳୟ ସାମ୍ନାରୁ କାର ନେଇ ଦୁବୃର୍ତ୍ତ ଫେରାର, ଟେର ପାଉନି ପୋଲିସ

30

କନକ ବ୍ୟୁରୋ : କିଛିଦିନର ନିରବତା ପରେ ପୁଣିଥରେ ଗଣମାଧ୍ୟମର ଚର୍ଚ୍ଚାର ପରିସରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏଥର କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ନ କହି ମଧ୍ୟ କେଜରିୱାଲ ଚର୍ଚ୍ଚାରେ । ଏଥର କେଜିରୱାଲ ତାଙ୍କ କାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆଜି କେଜରିୱାଲଙ୍କ ଚର୍ଚ୍ଚିତ ନୀଳ ରଙ୍ଗର କାର ଚୋରି ହୋଇଯାଇଛି । ତାହା ବି ପୁଣି ସବୁଠାରୁ ସୁରକ୍ଷିତ ସ୍ଥାନରୁ । ଦିଲ୍ଳୀ ସଚିବାଳୟ ସାମ୍ନାରୁ କେହିଜଣେ ବ୍ୟକ୍ତି କେଜରିୱାଲଙ୍କ କାର ଚୋରି କରି ନେଇଛି । କେଜରିୱାଲଙ୍କ ଏହି କାରକୁ ସାଧାରଣ ଲୋକଙ୍କ କାର ବୋଲି କହୁଥିଲେ ।

ଗୁରବାର ସଚିବାଳୟର ପାର୍କିଂ ସ୍ଥଳରୁ ଏହି କାର ଚୋରି ହୋଇଛି । ଆଜି ପ୍ରାୟ ଅପରାହ୍ନ ୨ଟା ସମୟରେ ଏହି କାର ହୋଇଥିବା ଜଣା ପଡିଛି । ତେବେ କାର ଚୋରି ନେଇ ପୋଲିସରେ ସୂଚନା ଦିଆଯାଇଛି । ଏତଲା ଦେବା ପରେ ଚୋରି ହୋଇଥିବା କାରକୁ ଏବେ ପୋଲିସ ଖୋଜୁଛି । ସଚିବାଳୟ ନିକଟସ୍ଥ ଅଞ୍ଚଳରେ କାରକୁ ଖୋଜିଥିଲେ ମଧ୍ୟ ଏଯାଏଁ ଏହାର ପତ୍ତା ମିଳିନାହିଁ ।

ପୋଲିସ ଡିସିପିଙ୍କ କହିବା ଅନୁଯାୟୀ, ଏବେ ଏହି କାରର ସନ୍ଧାନ କରାଯାଉଛି । ସଚିବାଳୟ ଆଖପାଖରେ ଲାଗିଥିବା ସିସିଟିଭିର ଯାଞ୍ଚ କରାଯାଇଛି । ଏଥିରେ ଜଣେ ବ୍ୟକ୍ତି କେଜରିୱାଲଙ୍କ କାର ନେଇ ଯାଉଥିବା ଦେଖାଯାଇଛି । ପୋଲିସ ଏବେ ସେହି ବ୍ୟକ୍ତି ଜଣଙ୍କୁ ଚିହ୍ନଟ କରିବାରେ ଲାଗିପଡଛି । କିନ୍ତୁ ଏଯାଏଁ ମଧ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୋଲିସ । ଚୋରି ହୋଇଥିବା କାରକୁ ଆମ ଆଦମୀ ପାର୍ଟିର ମିଡିଆ କୋଡିନେଟର ବନ୍ଦନା ସିଂହ ଚଳାଉଥିଲେ । ୨୦୧୩ ମସିହାରେ କେଜରିୱାଲଙ୍କୁ ଏହି କାର ଉପହାର ସ୍ୱରୂପ ମିଳିଥିଲା ।