କେଜ୍ରିୱାଲଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ବଡ ଟିପ୍ପଣୀ ,କହିଲେ ରାଜଧାନୀବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲ ଇସ୍ତଫା ଦେବା ଉଚିତ ।

188

କନକବ୍ୟୁରୋ :ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ପୁଣି ଥରେ ବଡ଼ ଟପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଏକ ୱୌପଚାରିକ ପଦ ନୁହେଁ । କେଜରିୱାଲ ଗିରଫ ହେବା ପରେ ଦିଲ୍ଲୀ ସରକାର ଠପ ହୋଇଯାଇଛି । ଦିଲ୍ଲୀବାସୀଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସବୁ ସମୟରେ ଉପଲବ୍ଧ ରହିବା ଆବଶ୍ୟକ ବୋଲି କହିଛନ୍ତି ହାଇକୋର୍ଟ ।

ଏଭଳି ପଦରେ ରହୁଥିବା ବ୍ୟକ୍ତି ଲମ୍ବା ସମୟ ପାଇଁ କିମ୍ବା ଅନିଶ୍ଚିତ ସମୟ ପାଇଁ ଅନୁପସ୍ଥିତ ରହିବା ଅନୁଚିତ ବୋଲି ମଧ୍ୟ କହିଛନ୍ତି । ଏମସିଡି ସଂଚାଳିତ ସ୍କୁଲରେ ଶିକ୍ଷାର ସ୍ଥିତି ଗମ୍ଭୀର ଥିବା ଏକ ଯାଚିକା ଉପରେ ଶୁଣାଣି କରି ଏଭଳି କହିଛନ୍ତି ଖଣ୍ଡପୀଠ ।

ଗତ ସପ୍ତାହରେ ମଧ୍ୟ ଅରବିନ୍ଦ କେଜରିୱାଲ ଉପରେ ଟପ୍ପଣୀ ରଖିଥିଲେ କଣ୍ଡପୀଠ । କେଜରିୱାଲ କାହିଁକି ନିଜ ପଦରୁ ଇସ୍ତଫା ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ବିରକ୍ତି ପ୍ରକାଶ କରିଥିଲେ ଉଚ୍ଚ ନ୍ୟାୟାଳୟ । ଏବେ ପୁଣି ଥରେ କୋର୍ଟଙ୍କ ଏଭଳି ବୟାନ ପରେ କେଜରିୱାଲଙ୍କ ଆଗାମୀ ପଦକ୍ଷେପ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ହାଇକୋର୍ଟଙ୍କ ଏହି ଟିପ୍ପଣୀ ପରେ ଏବେ କେଜରିୱାଲ ଓ ଆପ ଦଳ ପାଇଁ ଏହା ଏକ ବଡ଼ ଝଟକା ହୋଇଛି । ତେବେ କୋର୍ଟଙ୍କ ବୟାନ ଉପରେ ଜବାବ ରଖି ଦଳ ପକ୍ଷରୁ କୁହାଯାଇଛି କି ଅରବିନ୍ଦ କେଜରିୱାଲ ଜେଲରୁ ହିଁ ସରକାର ଚଳାଇବେ ଏବଂ ନିଜ ଦାୟିତ୍ୱ ସମ୍ବାଦନ କରିବେ ।