ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ କେଜ୍ରିୱାଲ: କହିଲେ, ବିଜେପିର ‘ଅପରେସନ୍ ଲୋଟସ’ ଏବେ ‘ଅପରେସନ୍ କିଚଡ’ ହୋଇଯାଇଛି

169

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା ଭିତରେ ଆସ୍ଥା ଭୋଟ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍୍ରିୱାଲଙ୍କ ଆପ୍ ସପକ୍ଷରେ ୫୮ ଜଣ ବିଧାୟକ ଭୋଟ୍ ଦେଇଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ ଜଣ ବିଧାୟକ ଅଛନ୍ତି । ବିରୋଧୀ ବିଜେପି ପାଖରେ ୮ଜଣ ବିଧାୟକ ରହିଛନ୍ତି । ଦିଲ୍ଲୀରେ ଆପ୍ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଘୋଡ଼ାବେପାର କରୁଥିବା ଅଭିଯୋଗ ଆଣିଥିଲେ କେଜ୍ରିୱାଲ । ଏପରିକି ଆପର ପ୍ରତି ବିଧାୟକଙ୍କୁ ବିଜେପି ୨୦ କୋଟି ଟଙ୍କା ଲେଖାଏଁ ପ୍ରସ୍ତାବ ଦେଇଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ । ଯେଉଁ କାରଣରୁ କେଜ୍୍ରିୱାଲ ବିଜେପିକୁ ଭୁଲ ପ୍ରମାଣିତ କରିବାକୁ ଯାଇ ଆସ୍ଥା ଭୋଟ୍ କରିବାକୁ କହିଥିଲେ । ଆସ୍ଥା ଭୋଟରେ ଆପ୍ ୫୮ ଭୋଟ୍ ପାଇଛି । ତେବେ ବାକି ୪ ବିଧାୟକ ମଧ୍ୟରୁ ୨ଜଣ ଦେଶ ବାହାରେ ଅଛନ୍ତି । ଜଣେ ଜେଲରେ ଥିବା ବେଳେ ଚତୁର୍ଥ ସଦସ୍ୟ ଗୃହର ବାଚସ୍ପତି ବୋଲି କେଜ୍ରିୱାଲ କହିଛନ୍ତି ।