କନକ ବ୍ୟୁରୋ : ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ ଇଡି ଗିରଫଦାରିକୁ ବୈଧ ଦର୍ଶାଇ ମାମଲାକୁ ଖାରଜ କରିଥିଲେ ହାଇକୋର୍ଟ । କୋର୍ଟ କହିଥିଲେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିବାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଖାଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରିକୁ ଯଥାର୍ଥ ବୋଲି କହିଥିଲେ ହାଇକୋର୍ଟ । ଏହାପରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ହାଇକୋର୍ଟ କେଜ୍ରିୱାଲଙ୍କ ଆବଦେନ ପୂର୍ବରୁ ଦିଲ୍ଲୀ ରାଉସ୍ ଏଭେନ୍ୟୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧୫ ଯାଏଁ ତିହାର ଜେଲରେ ରହିବେ କେଜ୍ରିୱାଲ । ଏହି ସମୟ ଭିତରେ ସପ୍ତାହକୁ ୨ ଥର ଓକିଲଙ୍କୁ ଭେଟି ପାରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ନିଜ ପତ୍ନୀ, ପିଲା ଓ କିଛି ଘନିଷ୍ଠ ବନ୍ଧୁଙ୍କୁ ଜେଲ୍ରେ ଭେଟିବା ନେଇ ଅନୁମତି ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/1-14.jpg)