କେଜ୍ରିୱାଲ ନାରାରେ କମ୍ପିଲା ଦିଲ୍ଲୀ ଦରବାର । ରାମଲୀଲା ମୈଦାନରେ କେଜ୍ରିୱାଲଙ୍କ ରାଜ୍ୟାଭିଷେକ, ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।

180

କନକ ବ୍ୟୁରୋ : ରାମଲୀଲା ମୈଦାନରେ କେଜ୍ରିୱାଲଙ୍କ ରାଜ୍ୟାଭିଷେକ, ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଆଜି ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଉଛନ୍ତି କେଜ୍ରିୱାଲ ।

ଏହି ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲଙ୍କ ସହ ଆଉ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ ସବୁଠୁ ଚର୍ଚ୍ଚାରେ ରହିଥିଲା ତାଙ୍କ ଶପଥ ଗ୍ରହଣ ଉତ୍ସବରେ ମଂଚ ଉପରେ ବସିବାକୁ ଥିବା ଅତିଥିଙ୍କୁ ନେଇ । କାରଣ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ମଂଚ ଉପରେ ଦେଖିବାକୁ ମିଳିଥିଲା ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର, ଚପରାସୀଙ୍କ ଭଳି କର୍ମଚାରୀ ।