୬ ଦିନିଆ ରିମାଣ୍ଡରେ ଗଲେ କେଜ୍ରିୱାଲ । କେଉଁ ଗୁମର ଖୋଲିବ ଇଡି?

84

କନକ ବ୍ୟୁରୋ: ୬ ଦିନିଆ ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତକାଲି ଗିରଫ ପରେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟରେ ଆଜି ହାଜର ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୧୦ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ଇଡିକୁ ୬ଦିନ ରିମାଣ୍ଡ ସମୟ ଦେଇଛନ୍ତି, ଯାହାଫଳରେ କେଜ୍ରିୱାଲଙ୍କୁ ୬ ଦିନ ନିଜ ହେପାଜତରେ ରଖି ପଚରାଉଚରା କରିବ ।

ଏପଟେ କୋର୍ଟରେ ଇଡି କହିଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ, ମାଷ୍ଟର ମାଇଣ୍ଡ ହେଉଛନ୍ତି ମନିଷ ସିସୋଦିଆ । ମଦ ଦୁର୍ନୀତିରୁ ଆଦାୟ ହୋଇଥିବା ଟଙ୍କାରେ ଗୋଆ ଓ ପଂଜାବରେ ନିର୍ବାଚନ ଲଢିଛି ଆମ ଆଦମୀ ପାର୍ଟି । ଅବକାରୀ ନୀତି ୨୦୨୧-୨୨ ପ୍ରସ୍ତୁତ କରିବା ଓ କାର୍ଯ୍ୟକାରୀ କରିବା ଲାଗି କେଜ୍ରିୱାଲ ସାଉଥ ଗ୍ରୁପ୍ ଠାରୁ ୧୦୦କୋଟି ଟଙ୍କା ଲାଂଚ ବାବଦକୁ ଦାବି କରିଥିବା କୋର୍ଟରେ ଇଡ଼ି ପକ୍ଷରୁ କୁହାଯାଇଛି ।