କୋର୍ଟରେ ହାଜର ହେବା ପୂର୍ବରୁ ମୁହଁ ଖୋଲିଲେ କେଜ୍ରିୱାଲ । କହିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି ତାହା ଠିକ୍ କରୁନାହାନ୍ତି ।

614

କନକ ବ୍ୟୁରୋ : କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଛି । ଇଡି ଏହି ରିମାଣ୍ଡ ଅବଧି ଆଉ ବୃଦ୍ଧି କରିବିନ ବୋଲି ସୂଚନା ମିଳୁଛି । ବରଂ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତରେ ନେବାକୁ ଦାବି କରିପାରେ । କୋର୍ଟରେ ହାଜର କରାଯିବା ସମୟରେ କେଜ୍ରିୱାଲ ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି ।

କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବା ପରେ ତିହାର ଜେଲରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେଜ୍ରିୱାଲଙ୍କୁ ତିହାର ଜେଲର କେଉଁ ବାରାକରେ ରଖାଯିବ ସେନେଇ ଆଲୋଚନା ହୋଇଛି । ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ଇଡି । ପରେ ଏହି ରିମାଣ୍ଡ ଅବଧିକୁ ୧ ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲା ଇଡି ।

ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ପୂରା ଦେଶରେ ବିରୋଧୀ ନଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗତକାଲି ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲା । ନିର୍ବାଚନ ପରାଜୟକୁ ନେଇ ଭୟଭୀତ ଥିବା ବିଜେପି ବିରୋଧୀଙ୍କ ଉପରେ ଚାପ ପକାଇବାକୁ ଇଡି ଜରିଆରେ ବିରୋଧୀ ଦଳ ନେତାଙ୍କୁ ଗିରଫ କରୁଥିବା ଅଭିଯୋଗ ଆଣିଥିଲେ ।