କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇର ସମନ । ଏହି ମାମଲାରେ ପଚରାଉଚରା ପାଇଁ ସୋମବାର ସିବିଆଇ ଅଫିସରେ ହାଜର ହେବାକୁ ସମନ ପାଇଛନ୍ତି ସିସୋଦିଆ । ଆଉ ଏହି ସମନ ପାଇବା ପରେ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ୧୭ ଅକ୍ଟୋବର ଦିନ ୧୧ଟାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ମୁଁ ସିବିଆଇ କାର୍ଯ୍ୟାଳୟ ନିଶ୍ଚୟ ଯିବି ଓ ପୂରା ସହଯୋଗ ମଧ୍ୟ କରିବି । ସତ୍ୟମେୟ ଜୟତେ । ଆଉ ସିସୋଦିଆଙ୍କୁ ସମନ ମିଳିବା ପରେ ଉଷ୍ମ ହୋଇଛି ଜାତୀୟ ରାଜନୀତି ।
ସିସୋଦିଆଙ୍କ ଟ୍ୱିଟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରିଟ୍ୱିଟ୍ କରି କହିଛନ୍ତି, ଜେଲର କାଳକୋଠରୀ ଓ ଫାଶୀ ଭୟ ମଧ୍ୟ ସହିଦ ଭଗତ ସିଂଙ୍କୁ ଡରାଇ ପାରିନଥିଲା । ଶେଷ ପର୍ଯ୍ୟନ୍ତ ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇ ଆସିଥିଲେ ସହିଦ ଭଗତ୍ ସିଂ । ଏବେ ସ୍ୱାଧୀନତାର ଦ୍ୱିତୀୟ ଲଢେଇ ଲଢାଯାଉଛି । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଏହି ଲଢେଇର ଭଗତ ସିଂ । ୭୫ ବର୍ଷ ପରେ ଦେଶକୁ ଏମିତି ଜଣେ ଶିକ୍ଷା ମନ୍ତ୍ରୀ ମିଳିଥିଲେ ଯିଏ ଗରିବ ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତର ସ୍ୱପ୍ନକୁ ସତ କରୁଥିଲେ । ଆଉ ଏବେ କୋଟି କୋଟି ଗରିବଙ୍କ ଆଶୀର୍ବାଦର ହାତ ସିସୋଦିଆଙ୍କ ଉପରେ ଅଛି ।
जेल की सलाख़ें और फाँसी का फंदा भगत सिंह के बुलंद इरादों को डिगा नहीं पाये
ये आज़ादी की दूसरी लड़ाई है।मनीष और सत्येंद्र आज के भगत सिंह है
75 साल बाद देश को एक शिक्षा मंत्री मिला जिसने ग़रीबों को अच्छी शिक्षा देकर सुनहरे भविष्य की उम्मीद दी
करोड़ों ग़रीबों की दुआएँ आपके साथ है https://t.co/slc3lb1Mqp
— Arvind Kejriwal (@ArvindKejriwal) October 16, 2022
ସେହିଭଳି ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, ଆସନ୍ତାକାଲି ସିସୋଦିଆଙ୍କୁ ପଚରାଉଚରା ପାଇଁ ସିବିଆଇ ଅଫିସ ଡକାଯାଇଛି । ସିସୋଦିଆଙ୍କୁ ଜେଲରେ ଭର୍ତ୍ତି କରିବାକୁ ପ୍ରସ୍ତୁତି ଚାଲିଛି । ଆଗକୁ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି ଏବଂ ଗୁଜୁରାଟରେ ସିସୋଦିଆଙ୍କର ଅନେକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଯାହା ବିଜେପିକୁ ହତାଶ କରିଛି । ଆଉ ଏହାର ପରିମାଣସ୍ୱରୂପ ସିସୋଦିଆଙ୍କୁ ସିବିଆଇରେ ହାଜର ହେବାକୁ କୁହାଯାଇଛି । ବିଜେପି କେବଳ ଆପ୍ ନେତାଙ୍କୁ ହଇରାଣ ହରକତ କରିବାକୁ ଏଭଳି କରୁଛି । କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନରେ ଆପ୍ ନେତା ଡରିବାର ପ୍ରଶ୍ନ ଉଠୁନାହିଁ । ଯେଉଁ ଶିକ୍ଷାମନ୍ତ୍ରୀଙ୍କର ଲୋକପ୍ରିୟତା ପୂରା ବିଶ୍ୱରେ ରହିଛି ତାଙ୍କୁ ଜେଲରେ ଭର୍ତ୍ତି କରିବାକୁ ଯୋଜନା ଚାଲିଛି । ସେହିଭଳି ଆପର ଅନ୍ୟ ଜଣେ ନେତା ସୌରଭ ଭରଦ୍ୱାଜ କହିଛନ୍ତି, ସିସୋଦିଆଙ୍କୁ ଗିରଫ କଲେ ଗୁଜୁରାଟରେ ଆପକୁ ଫାଇଦା ମିଳିବ । ବିଜେପି ଯେତେ ଅତ୍ୟାଚାର କରିବ, ଆପର ସେତିକି ଅଧିକ ଲୋକପ୍ରିୟତା ବଢିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/32-9.jpg)