ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ପିଟିସନ । କହିଲେ, ମୋତେ ଗିରଫ କରିବାରୁ ଇଡିକୁ ଅଟକାନ୍ତୁ ।

162

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ହାଇକୋର୍ଟରେ ଏକ ପିଟିସନ ଦାୟର କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ମଦ ଦୁର୍ନୀତି ମାମଲା ଯାଞ୍ଚରେ ସହଯୋଗ କରିବାକୁ ମୁଁ ପ୍ରସ୍ତୁତ କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ଇଡିକୁ ରୋକାଯାଉ । କେଜ୍ରିୱାଲ ଦେଇଥିବା ପିଟିସନରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଯେଉଁଥିପାଇଁ ସେ ଆଗୁଆ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ଏହି ମାମଲାର ଶୁଣାଣି ଆଜି ହେବ । ଆଜି ଇଡିରେ ହାଜର ହେବାକୁ ନୋଟିସ ପାଇଥିଲେ କେଜ୍ରିୱାଲ । କିନ୍ତୁ ଇଡିକୁ ଯିବା ପୂର୍ବରୁ ହାଇକୋର୍ଟରେ ପହଞ୍ଚିଛନ୍ତି କେଜ୍ରିୱାଲ ।

ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏବେ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିଛନ୍ତି । ଏ ମାମଲାରେ ପଚରାଉଚରା ପାଇଁ ଆଜି ତାଙ୍କୁ ସମନ ଜାରି କରାଯାଇଛି । ଏହି ସମନକୁ ଅବୈଧ ଦର୍ଶାଇବା ସହ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି କେଜ୍ରିୱାଲ । ଏହି ମାମଲାରେ ପୂର୍ବରୁ ଇଡି ମନୀଷ ସିସୋଦିଆ, ସଞ୍ଜୟ ସିଂ, ବିଜୟ ନାୟରଙ୍କୁ ଗିରଫ କରିଛି ।